Latest Odisha News

ଘରୋଇ ବିମାନ ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦିନ ୧୨ଟା ୩୦ମି.ରୁ ଘରୋଇ ବିମାନ ବୁକିଂ ଆରମ୍ଭ ହୋଇଥିବା ନେଇ ଶୁକ୍ରବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଟ୍ବିଟ ମଧ୍ୟ କରାଯାଇଛି।

ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ଲାଗି ସରକାରଙ୍କ ଆଭିମୁଖ୍ୟ ରହିଛି। ଯାହା ଫଳରେ ଦେଶର ବିଭିନ୍ନ ବିମାନବନ୍ଦରଗୁଡିକ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ସହିତ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ବ୍ୟବସ୍ଥା କରୁଛନ୍ତି।

ତେବେ ଗୋ-ଏୟାର, ଭିସ୍ତାରା, ଇଣ୍ଡିଗୋ ବିମାନ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କ ବୁକିଂ ଖୋଲାଯାଇ ନାହିଁ।

Comments are closed.