Latest Odisha News

BREAKING NEWS

ଅନୁଭବଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା: ଆଜି ହେବ ଶୁଣାଣି

ଭୁବନେଶ୍ୱର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ବର୍ଷା ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ । ଯାହାର ଶୁଣାଣି ଆଜି କଟକ SDJM କୋର୍ଟରେ ହୋଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ,ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷା। କଟକ ଏସ୍‌ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଥିଲେ । ପାରିବାରିକ ହିଂସା ନିରୋଧ ଆଇନ୍ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଥିଲା । ଅନୁଭବ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିବା ସହ ଭରଣପୋଷଣ ପାଇଁ ଆବେଦନ କରିଛନ୍ତି । SDJM କୋର୍ଟ ଛଡ଼ା ଫ୍ୟାମିଲି କୋର୍ଟରେ ବି ଆବେଦନ କରିଛନ୍ତି ବର୍ଷା।

ଅନ୍ୟପଟେ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡପତ୍ର ଆବେଦନ କରି ସାରିଛନ୍ତି ।

Leave A Reply

Your email address will not be published.