Latest Odisha News

BREAKING NEWS

ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମହିଳା କମିଶନ ରିପୋର୍ଟ ତଲବ କରିଛନ୍ତି । ତୁରନ୍ତ ଏ ନେଇ ତଦନ୍ତ ସାରି ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ଜଣାଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ମହିଳା ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନରେଟ୍ ପୋଲିସ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସାତ ଦିନ ଭିତରେ ଏହି ରିପୋର୍ଟ ଦାଖଲ ହେବ । ମାମଲାରେ ଏଫ୍‌ଆଇଆର୍ ରିପୋର୍ଟ, ପୀଡିତାଙ୍କ ବୟସ ପ୍ରମାଣପତ୍ର, ମାମଲାରେ କାହାରିକୁ ଗିରଫ କରାଯାଇଛି କି ନାହିଁ, ପୀଡିତାଙ୍କ କାଉନସେଲିଂ ହୋଇଛି କି ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ ।

ଲକଡାଉନ ସମୟରେ ଭୁବନେଶ୍ୱରର ୧୩ ବର୍ଷୀୟ ନାବାଳିକାଙ୍କୁ ଏକ ଘରୋଇ ଟିଭି ଚ୍ୟାନେଲର ଦୁଇ ଜଣ କର୍ମଚାରୀ, ଜଣେ ସିକ୍ୟୁରିଟି ଗାର୍ଡ ଓ ଜଣେ ପୋଲିସ କର୍ମଚାରୀ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଭୟରେ ନାବାଳିକାଙ୍କ ପରିବାର ରାଜଧାନୀ ଛାଡି କେନ୍ଦ୍ରାପଡାସ୍ଥିତ ତାଙ୍କ ଘରକୁ ପଳେଇଥିବା ବେଳେ ସେଠାରେ ଏକ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.