Latest Odisha News

BREAKING NEWS

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା

ନୂଆଦିଲ୍ଲୀ : ଆମେରିକାର ୪୭ତମ ଏବଂ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପ ନେଇ ନେଇଛନ୍ତି ବଡ଼ ନିଷ୍ପତ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରି ନେଇଛନ୍ତି ସେ । ଏବେ ପ୍ରଶ୍ନ ଉଠୁଛୁ କ’ଣ ହେବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର… ? ଆମେରିକା ପାଇଁ ଏହା ମହଙ୍ଗା ପଡ଼ିବନି ତ ! ଏନେଇ ସ୍ବତନ୍ତ୍ର ଏକଜିକ୍ୟୁଟିଭ୍ ଅର୍ଡର ମଧ୍ୟ ପାସ୍ କରାଇଛନ୍ତି । ୧୯୪୮ ମସିହାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସବୁଠାରୁ ଅଧିକ ପାଣ୍ଠି ଯୋଗାଇ ଆସୁଥିଲା ଆମେରିକା । ମୋଟ ଖର୍ଚ୍ଚର ୧୮ ପ୍ରତିଶତ ଆମେରିକା ବହନ କରୁଥିଲା । କିନ୍ତୁ ଏବେ ସେହି ଅନୁଦାନ ବନ୍ଦ ହୋଇଗଲା ।

କୋଭିଡ୍ ପରିଚାଳନାକୁ ନେଇ ୨୦୨୦ରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉପରେ ଖପ୍ପା ଥିଲେ ଟ୍ରମ୍ପ । WHO ଚୀନ କଥାରେ ପରିଚାଳିତ ହେଉଥିବା ସେ କହି ଚାଲିଥିଲେ । ଆଉ ଏବେ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସେ । ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉପରେ ବଡ଼ ଆର୍ଥିକ ବୋଝ ପଡ଼ିବ । ଆମେରିକା ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ । କାରଣ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ତଥ୍ୟ ଏବଂ ସୂଚନା ଆମେରିକାକୁ ମିଳିପାରିବ ନାହିଁ । ଆମେରିକା ଓହରିଯିବା ପରେ ଟିବି, ପୋଲିଓ, HIV ଏବଂ AIDS ନିୟନ୍ତ୍ରଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପାଇଁ କଷ୍ଟକର ହେବା ଏକ ପ୍ରକାର ନିଶ୍ଚିତ । ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କ ଆର୍ଥିକ ଅନୁଦାନ ବୃଦ୍ଧି କରିବାକୁ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

Comments are closed.