ନୂଆଦିଲ୍ଲୀ : ଆମେରିକାରେ ବନ୍ଦ ହେଲା ଜନ୍ମଗତ ଅଧିକାର । ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଅନୁସାରେ ୧୮୬୮ ମସିହାରୁ ଏହା ପ୍ରଚଳିତ ଥିଲା । ଅନ୍ୟ ଦେଶର ଦମ୍ପତିଙ୍କର ଯଦି ଆମେରିକାରେ ପିଲା ଜନ୍ମ ହୁଏ, ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ମିଳିଥାଏ । ଅଟୋମେଟିକାଲି ଏହି ନାଗରିକତା ଆମେରିକାରେ ଜନ୍ମିତ ବିଦେଶୀ ଦମ୍ପତିଙ୍କ ପିଲାଙ୍କୁ ମିଳିଥାଏ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏକଜିକ୍ୟୁଟିଭ୍ ନିର୍ଦ୍ଦେଶନାମା ଜାରି କରି ତାହା ବନ୍ଦ କରି ଦେଇଛନ୍ତି ।
କେବଳ ଗ୍ରୀନ କାର୍ଡଧାରୀ କିମ୍ବା ଆମେରିକା ସେନାରେ ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ରହିବ । ଜନ୍ମଗତ ଅଧିକାର ଯୋଗୁଁ ଆମେରିକାରେ ଅନୁପ୍ରବେଶ ବଢୁଛି ଏବଂ ବିଶେଷକରି ଚୀନ, ଭାରତ ଓ ମେକ୍ସିକୋ ଏହି ବ୍ୟବସ୍ଥାର ଦୁରୁପଯୋଗ କରି ପ୍ରକୃତ ଆମେରିକୀୟଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଟ୍ରମ୍ପ ଓ ତାଙ୍କ ରିପବ୍ଲିକାନ୍ ପାର୍ଟିର ସଦସ୍ୟମାନେ କହି ଚାଲିଥିଲେ । ଆମେରିକାରେ ଏବେ ବାର୍ଥ ଟୁରିଜିମ୍ ବନ୍ଦ ହୋଇ ଯାଇଥିବା ବେଳେ ଅନେକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ଭାରତ ।
ଆମେରିକାରେ ଏବେ ୫ ନିୟୂତରୁ ଅଧିକ ଭାରତୀୟ ଅଛନ୍ତି । ଆମେରିକା ଜନସଂଖ୍ୟାର ସେମାନେ ହେୁଛନ୍ତି ୧.୪୭ ପ୍ରତିଶତ । ୫ ନିୟୂତରୁ ୩୪ ପ୍ରତିଶତ ଲୋକ, ଆମେରିକାରେ ଜନ୍ମ ହୋଇଥିବା ବେଳେ ପାଖାପାଖି ଦୁଇ ତୃତୀୟାଂଶ ଇମିଗ୍ରାଣ୍ଟ ହିସାବରେ ଅଛନ୍ତି । ଅଧିକାଂଶ ଭାରତୀୟ H1-B ଭିସାରେ ଥିବା ବେଳେ ସେମାନଙ୍କ ପିଲାମାନେ ଆମେରିକାରେ ଜନ୍ମ ହୋଇଛନ୍ତି । ସେହି ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିବା କଥା । କିନ୍ତୁ ବାର୍ଥ ରାଇଟ୍ ଉପରେ ଟ୍ରମ୍ପଙ୍କ ଏକଜିକ୍ୟୁଟିଭ୍ ନିର୍ଦ୍ଦେଶନାମା, ଆଉ ସେମାନଙ୍କୁ ଆମେରିକାର ନାଗରିକ ହେବାକୁ ଦେବ ନାହିଁ । ଆମେରିକାର ଜନ୍ମଗତ ଅଧିକାରରୁ ବେଶୀ ଫାଇଦା ଉଠାଉଛନ୍ତି ମେକ୍ସିକୋ ଏବଂ ଭାରତର ଲୋକେ ।
Comments are closed.