Latest Odisha News

BREAKING NEWS

ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼, ଜରୁରୀ ବୈଠକ ଡାକିଲେ ବାଇଡେନ୍

ଓ୍ୱାରସୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ୟୁକ୍ରେନ ସୀମା ପାର କରି ରୁଷିଆ ମିଜାଇଲ ପୋଲାଣ୍ଡରେ ମାଡ଼ ହୋଇଛି । ପୋଲାଣ୍ଡର ପ୍ରିଜିଓଡୋ ନାମକ ଏକ ଗାଁରେ ମିଜାଇଲ ପଡିବା ଫଳରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେଣୁ ପୋଲାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲାଣ୍ଡ ସାମରିକ ବାହୀନୀକୁ ହାଇହାଲର୍ଟ ରହିବାକୁ ପଡିଛି ।

BjdElectrycity

ମସ୍କୋ ଆମ୍ୱାସଡାରଙ୍କୁ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଘଟଣାର କାରଣ ଓ ବିବରଣୀ ଦେବାକୁ ସମନ୍ ଜାରି ହୋଇଛି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହିତ ଫୋନରେ କଥା ହୋଇଛନ୍ତି । ପୋଲାଣ୍ଡ ସରକାରଙ୍କ ତଦନ୍ତ କାର୍ଯ୍ୟରେ ଆମେରିକା ପୂର୍ଣ୍ଣ ସହାୟତା ଦେବା ବୋଲି ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି । ନାଟୋ ଚୁକ୍ତି ଅନୁସାରେ ପୋଲାଣ୍ଡ ସୁରକ୍ଷିତ ଥିଲେ ବି କାହିଁକି ଓ କେମିତି ରୁଷିଆ ନିର୍ମିତ ମିଜାଇଲ ପୋଲାଣ୍ଡରେ ମାଡ଼ ହେଲା ସେନେଇ ତଦନ୍ତ ହେବ ।

ଏହା ଦୁର୍ଘଟଣାବଶତଃ କିମ୍ୱା ଷଡ଼ଯନ୍ତ୍ର ତାହାର ତଦନ୍ତ ହେବ । ବାଇଡେନ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଟେବର୍ଗଙ୍କ ସହିତ ମିଜାଇଲ ବିସ୍ଫୋରଣ ସମ୍ପର୍କରେ କଥା ହୋଇଛନ୍ତି । ଆଜି ଏନେଇ ନାଟୋର ସଦସ୍ୟ ରାଷ୍ଟ୍ରମାନଙ୍କର ଆମ୍ୱାସଡାରମାନେ ଜରୁରୀକାଳୀନ ବୈଠକ କରିବେ । ଜି-୨୦ ସମ୍ମିଳନୀ ଇଣ୍ଡୋନେସିଆରେ ଚାଲୁଥିବା ବେଳେ ଏହି ଘଟଣା ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଚକିତ କରିଛି । ଆକ୍ରମଣକୁ ଜି-୨୦ ସଦସ୍ୟ ନିନ୍ଦା କରିଛନ୍ତି ।

ୟୁରୋପିଆନ୍ ୟୁନିଅନ ମୁଖ୍ୟ ଚାର୍ଲ୍ସ ମାଇକେଲ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏସ ମାକ୍ରୋନ ଏନେଇ ବୈଠକ କରିପାରନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେଁସ୍କି ପୂର୍ବରୁ ସୂଚନା ଦେଇଥିଲେଯେ, ୨ଟି ରୁଷିଆ ମିଜାଇଲ ପୋଲାଣ୍ଡରେ ମାଡ଼ ହୋଇଥିଲା । ଏବେ ଏହା ଚିନ୍ତାଜନକ ହୋଇପଡିଛି ବୋଲି ଜେଲେଁସ୍କି କହିଛନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର ପ୍ରାୟ ୧୦ ମିଲିଅନ ବା ୧ କୋଟିରୁ ବେଶୀ ଲୋକଙ୍କ ପ୍ରାଣହାନୀ ହୋଇଛି ।

 

Leave A Reply

Your email address will not be published.