ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ନିଜସ୍ଵ ସାମଗ୍ରୀ ନିର୍ମାଣ କରିବା ପାଇଁ ନିରନ୍ତର ଚେଷ୍ଟା କରି ଆସୁଛନ୍ତି। ଯେଉଁଥିପାଇଁ ଟ୍ରମ୍ପ ସଂଗଠନ ସୋମବାର ଦିନ ମୋବାଇଲ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛନ୍ତି।
ତେବେ ଏହି ମୋବାଇଲ ର ବ୍ରାଣ୍ଡ ନେମ ଟ୍ରମ୍ପ ଙ୍କୁ ନେଇ ରଖା ଯାଇଥିବା ବେଳେ ଏହା କେବଳ $୪୯୯ ମୂଲ୍ୟର ଉପଲବ୍ଧ କରାଯିବା ନେଇ ଘୋଷଣା କରାଯାଇଛି। ଏହି ମୋବାଇଲ ଫୋନ ସେପ୍ଟେମ୍ବରରୁ ବଜାରରେ ଉପଲବ୍ଧ ହେବ। ଏଥିପାଇଁ ପ୍ରତି ମାସରେ ଗ୍ରାହକ ମାନଙ୍କୁ $୪୭.୪୫ ଦେବାକୁ ପଡିବ। ଏଥିରେ ଆମେରିକାରେ ନିର୍ମିତ ଫୋନ୍ ଏବଂ ଦେଶରେ ଅବସ୍ଥିତ କଲ୍ ସେଣ୍ଟର ଅନ୍ତର୍ଭୁକ୍ତ ହେବ।
ଏହା ଘୋଷଣା ହେବା ପରେ ଏକ ୱେବସାଇଟ୍ ଲଞ୍ଚ କରାଯାଇ ସେଥିରେ ସ୍ମାର୍ଟଫୋନର ସମସ୍ତ ବିବରଣୀ ଦିଆଯାଇଛି। ଏନେଇ ରାଷ୍ଟ୍ରପତିଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିଅର କହିଛନ୍ତି ଯେ ଆମେ ଉତ୍ପାଦଗୁଡ଼ିକର ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ପ୍ରଦାନ କରିବୁ ଯେଉଁଥିରେ ଲୋକମାନେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ର ମାସିକ ଶୁଳ୍କରେ ଫୋନ୍ ସେବା ପାଇପାରିବେ।
କେବଳ ଏତିକି ନୁହେଁ ଟ୍ରମ୍ପ୍ ଙ୍କ ପରିବାର ଦୀର୍ଘ ଦିନ ଧରି ରିଅଲ୍ ଇଷ୍ଟେଟ୍ ତଥା ବିଳାସପୂର୍ଣ୍ଣ ହୋଟେଲ୍ ଇତ୍ୟାଦି କ୍ଷେତ୍ର ରେ ନିଜ ପରିଚୟ ସୃଷ୍ଟି କରିଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ମିଡିଆ ଏବଂ କ୍ରିପ୍ଟୋକରେନ୍ସି ଭଳି ନୂତନ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛି। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ଆମେରିକାର ନାଗରିକମାନେ ପ୍ରାୟ ୬୦ ନିୟୁତରୁ ଅଧିକ ସ୍ମାର୍ଟଫୋନ୍ କିଣିଥାନ୍ତି ଯାହାକି ବିଦେଶରେ ନିର୍ମାଣ ହେଉଛି।
Comments are closed.