ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରଠାରୁ ଆମେରିକାରୁ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରୁଛନ୍ତି। ଏପରି ପରିସ୍ଥିତିରେ ବର୍ତ୍ତମାନ ବ୍ରିଟିଶ ରାଜପରିବାରର ପ୍ରିନ୍ସ ହ୍ୟାରିଙ୍କୁ ଦେଶାନ୍ତର କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି।
ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ଏହି ପରିସ୍ଥିତିରେ ମୁଁ ତାଙ୍କୁ ଏକା ଛାଡିବିନି। ହ୍ୟାରିଙ୍କ ସ୍ତ୍ରୀ ମେଘାନଙ୍କୁ ଟ୍ରମ୍ପ ବହୁତ ଭୟାନକ କହିବା ସହ ପ୍ରିନ୍ସ ତାଙ୍କୁ ଡରୁଥିବା ନେଇ ମଧ୍ଯ ଟ୍ରମ୍ପ ପ୍ରକାଶ କରିଛନ୍ତି। ଯାହାଫଳରେ ତାଙ୍କ ହାତ ଛାଡିବାକୁ ମନା କରିଛନ୍ତି ଟ୍ରମ୍ପ। ତେବେ ପ୍ରିନ୍ସ ୱିଲିୟମଙ୍କୁ ପ୍ରଶଂସା କରି ସେ ଜଣେ ମହାନ ବ୍ୟକ୍ତି ବୋଲି କହିଥିଲେ।
ହ୍ୟାରି ଏବଂ ମେଘାନ ୨୦୧୮ ମସିହାରେ ବିବାହ କରିଥିଲେ ଓ ୨୦୨୦ ମସିହାରେ ଦୁହେଁ ରାଜପରିବାରରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମେଘାନ ମାର୍କେଲ ଆମେରିକାର ବାସିନ୍ଦା ହୋଇଥିବାରୁ ସେମାନେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି।
ୱାଶିଂଟନ ଡିସିରେ ଇମିଗ୍ରେସନ ପାଇଁ ପ୍ରିନ୍ସ ହ୍ୟାରିଙ୍କ ବିରୋଧରେ ଏକ ମାମଲା ଚାଲିଛି। ହେରିଟେଜ୍ ଫାଉଣ୍ଡେସନ୍ ହ୍ୟାରିଙ୍କ ଉପରେ ଅତୀତରେ ଅବୈଧ ଡ୍ରଗ୍ସ କାରବାର ଲୁଚାଇବାର ଅଭିଯୋଗ କରିଥିଲା। ଯାହାଫଳରେ ସେ ଆମେରିକା ଭିଜା ପାଇବା ପାଇଁ ଅଯୋଗ୍ୟ ହୋଇଯାଇଥିଲେ। ପ୍ରିନ୍ସ ହ୍ୟାରି ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ ରେ ଗଞ୍ଜେଇ ଏବଂ କୋକେନ୍ ଭଳି ଅନେକ ନିଶା ଦ୍ରବ୍ୟ ବ୍ୟବହାର କରିଥିବାର ସେ ସ୍ୱୀକାର କରିଛନ୍ତି।
Comments are closed.