Latest Odisha News

BREAKING NEWS

ମୋଦିଙ୍କ ରାସ୍ତାରେ ଟ୍ରମ୍ପ, ଚାଇନା ଆପ୍ ଟିକଟକ୍ ଉପରେ ଲଗାଇବେ ବ୍ୟାନ୍ !

ଓ୍ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନକୁ ସାବାଡ କରିବା ପାଇଁ ଭାରତ ଭଳି ଆମେରିକା ଖୁବ ଶୀଘ୍ର ଚାଇନା ଆପ୍ ଟିକଟକ୍ ଉପରେ ବ୍ୟାନ ଲଗାଇବ । ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିକଳ୍ପ ଉପରେ ଚିନ୍ତା କରୁଛନ୍ତି ଟ୍ରମ୍ପ ସରକାର ।

ନିଜ ବୟାନରେ ଟ୍ରମ୍ପ କହିଛନ୍ତି, ତାଙ୍କ ସରକାର ଟିକଟକ ଉପରେ ନଜର ରଖିଛି । ଆମେ ଟିକଟକକୁ ବ୍ୟାନ କରି ପାରୁ । ଆଉ ଭିନ୍ନ କିଛି ବି କରି ପାରିବୁ । ବହୁ ବିକଳ୍ପ ରହିଛି ।

ପୂର୍ବରୁ ଭାରତ ଟିକଟକ ସମେତ ଚୀନର ୫୯ଚି ଆପକୁ ବ୍ୟାନ କରିଥିଲେ । ସେପଟେ କରୋନା ଭାଇରସ ସଂକ୍ରମଣ ପରେ ଚୀନ ଉପରେ ଖପ୍ପା ରହିଛି ଆମେରିକା । ଏଭଳି ସ୍ଥିତିରେ ଚାଇନା ଆପକୁ ବ୍ୟାନ କରିବା ପାଇଁ ଆମେରିକା କଂଗ୍ରେସର ୨୫ ଜଣ ସଦସ୍ୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଦାବିପତ୍ର ବି ଦେଇଥିଲେ ।

Leave A Reply

Your email address will not be published.