ୱାଶିଂଟନ: କୋଭିଡ -୧୯ ଆକ୍ରାନ୍ତ ହେବା ପରେ ଆମେରିକାର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସାମରିକ ଡାକ୍ତରଖାନା ଛାଡି ନାଟକୀୟ ଢଙ୍ଗରେ ହ୍ଵାଇଟ୍ ହାଉସକୁ ସୋମବାର ଦିନ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟ୍ରମ୍ପ।
ତାଙ୍କ ଅସୁସ୍ଥତା ସତ୍ତ୍ୱେ ଆମେରିକା ବାସୀ ଏହି ଭୂତାଣୁକୁ ଯେପରି ଭୟ ନକରନ୍ତି ସେଥିପାଇଁ ସେ ହସ୍ପିଟାଲ ଛାଡି ଆସିଥିବା ଟ୍ରମ୍ପ କହିଛନ୍ତି। ଏହି ଭୂତାଣୁ ପ୍ରାୟ ୨୧୦,୦୦୦ ଆମେରିକୀୟଙ୍କୁ ହତ୍ୟା କରି ସାରିଲାଣି । ତେବେ ଏହାପରେ ମଧ୍ୟ ଟ୍ରମ୍ପ ବିନା ମାସ୍କରେ ହ୍ଵାଇଟ ହାଉସରେ ପହଞ୍ଚିଛନ୍ତି।
ଟ୍ରମ୍ପଙ୍କ ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ତାଙ୍କ ପତ୍ନୀଙ୍କ ସମେତ ହ୍ଵାଇଟ ହାଉସର ଅନେକଙ୍କୁ ସଂକଟରେ ପକାଇଛି ।
ତେବେ ହସ୍ପିଟାଲରୁ ଫେରିବା ପରେ ହ୍ଵାଇଟ ହାଉସରେ ପହଞ୍ଚି ମୁହଁରୁ ମାସ୍କ ଖୋଲି ଟ୍ରମ୍ପ କହିଛନ୍ତି “ମତେ ଭଲ ଲାଗୁଛି।” କୋଭିଡ ସଂକ୍ରମିତ ସତ୍ତ୍ୱେ ଟ୍ରମ୍ପ ମାସ୍କ ପିନ୍ଧି ନଥିବା ଏବେ ସବୁଠୁ ଚର୍ଚ୍ଚାର ବିଷୟ ।
ତେବେ ଟ୍ରମ୍ପ ଚିକିତ୍ସିତ ହେଉଥିବା ସେନା ହସ୍ପିଟାଲର ଡାକ୍ତର ସେଅନ କନଲେ କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ କୋଭିଡ ସଂକ୍ରମିତ ଅଟନ୍ତି ଏବଂ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ସେ ଚିକିତ୍ସିତ ହେବେ । ମାତ୍ର ଟ୍ରମ୍ପ ସୋମବାର ଦିନ ଆସି ହ୍ଵାଇଟ ହାଉସରେ ପହଞ୍ଚିଛନ୍ତି। ହ୍ଵାଇଟ ହାଉସରେ ତାଙ୍କ ଚିକିତ୍ସା ଜାରି ରଖାଯିବା ନେଇ ଆଶା କରାଯାଉଛି।
Comments are closed.