ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ ଖୁସି ଅଛନ୍ତି । ଭାରତ ଗସ୍ତ ସମ୍ପର୍କରେ ହ୍ୱାଇଟ୍ ହାଉସ ସୂଚନା ଦେବା ପରେ ଏକଥା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ କଥା ହୋଇଛନ୍ତି । ମୋଦି ତାଙ୍କୁ କହିଛନ୍ତି ଭବ୍ୟ ସ୍ୱାଗତ ପାଇଁ ଆମେ ପ୍ରସ୍ତୁତ । ଏୟାରପୋର୍ଟରୁ ଅହମ୍ମଦାବାଦ ମୋଟେରା ଷ୍ଟାଡିୟମ ଯାଏଁ ଲକ୍ଷ ଲକ୍ଷ ତାଙ୍କୁ ସ୍ୱାଗତ କରିବେ । ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଦିଲ୍ଲୀ ଓ ଅହମ୍ମଦାବାଦରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ରହିଛି । ହଷ୍ଟନରେ ହାୱଡି ମୋଦି ଭଳି ଭାରତରେ ‘କେମଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ହେବ । ଆମେରିକା ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ।
BREAKING NEWS
- ୨୬ ବର୍ଷ ପରେ ଏକତ୍ର ଅଭିନୟ କରିବେ ଜ୍ୟାକି, ଶିଳ୍ପା
- Sargun Mehta Pregnancy: ବିବାହର ୧୨ ବର୍ଷ ପରେ ରବି ଦୁବେଙ୍କ ଘରେ ପଡ଼ିବ କି କୁନି ପାଦ? ମାଆ ହେବେ ସରଗୁନ୍ ମେହେତା?
- ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ
- Odisha CM’s Public Grievance: ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ…
- Severe Road Accident: ପୃଥକ ପୃଥକ ଦୁଇଟି ଦୁର୍ଘଟଣା, ୩ ମୃତ, ଜଣେ ଗୁରୁତର
- ‘ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ ‘
- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି
- Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବର୍ଷିବ
- ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ; ଠିକାସଂସ୍ଥା ନାଁରେ ଥାନାରେ ଅଭିଯୋଗ
- Ravenshaw University: ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
Comments are closed.