Latest Odisha News

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।

ବୁଧବାର ଆଇଏମଡି ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ, ଅନୁଗୁଳ, ବାଲେଶ୍ଵର, ସୋନପୁର, ବୌଦ୍ଧ, ଝାରସୁଗୁଡା, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡିକର ଗୋଟିଏ ବା ଦୁଇଟି ସ୍ଥାନରେ ମାତ୍ରାଧିକ ଶୀତ ଅନୁଭୂତ ହେବ।

୧୩ ତାରିଖ ଦିନ ଅନୁଗୁଳ, ବାଲେଶ୍ଵର, ବୌଦ୍ଧ ଓ ସୋନପୁର ଆଦି ଜିଲ୍ଲାରର ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ ।

ଫେବୃଆରୀ ୧୫ ତାରିଖ ଠାରୁ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ ନେଇ ଏହି ବୁଲେଟିନରେ କୁହାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ସର୍ବନିମ୍ନ ତାପମାତ୍ରା ୭.୪ ରେକର୍ଡ଼ କରାଯାଇଛି ।ସେହିପରି ଅନୁଗୁଳରେ ୮ ଡିଗ୍ରୀ, ବୌଦ୍ଧରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୯ ଡିଗ୍ରୀ, ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏହାଛଡା ଏହିସବୁ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ଥିବା ରେକର୍ଡ଼ କରାଯାଇଛି । ବାଲେଶ୍ଵରରେ ୧୧.୨ ଡିଗ୍ରୀ, ଚାନ୍ଦବାଲିରେ ୧୩ ଡିଗ୍ରୀ, କଟକରେ ୧୧.୭ ଡିଗ୍ରୀ, ପାରାଦୀପରେ ୧୪.୪ ଡିଗ୍ରୀ, ଭୁବନେଶ୍ୱରରେ ୧୨.୬ ଡିଗ୍ରୀ, ବାରିପଦା ୧୧.୮ ଡିଗ୍ରୀ, ଝାରସୁଗୁଡାରେ ୧୦.୪ ଡିଗ୍ରୀ,ସମ୍ବଲପୁରରେ ୧୦.୪ ଡିଗ୍ରୀ, ହୀରାକୁଦରେ ୧୧.୯ ଡିଗ୍ରୀ, ତାଳଚେରରେ ୧୧.୭ ଡିଗ୍ରୀ, ଭବାନୀପାଟଣାରେ ୧୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

Leave A Reply

Your email address will not be published.