Latest Odisha News

ହୋଲିରେ ଏହି ସବୁ ଦ୍ରବ୍ୟ କରନ୍ତୁ ଦାନ; ମିଳିବ କ୍ୟାରିୟରରେ ସଫଳତା

ଭୁବନେଶ୍ବର: ହୋଲି ପର୍ବ ବହୁତ ଉତ୍ସାହର ସହିତ ଆମେ ପାଳନ କରିଥାଉ । ତେବେ ଜାଣିଛନ୍ତି କି ହୋଲି ପର୍ବରେ ଦାନ ମଧ୍ୟ କରାଯାଏ। ହୋଲିରେ ଦାନ କଲେ ପୁଣ୍ୟ ଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ଯଦି ଦାନ କରନ୍ତି ତେବେ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିବ ଓ ମାନସିକ ଶାନ୍ତି ପାଇବେ ।
ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ହୋଲି ଦିନ ଆପଣ କେଉଁ ଦ୍ରବ୍ୟ ଦାନ କରିପାରିବେ..

ମେଷ:ଏହି ରାଶିର ବ୍ୟକ୍ତି ହୋଲି ଦିନ ଗହମ, ତମ୍ବା ଏବଂ ଲାଲ ବସ୍ତ୍ର ଦାନ କରିବା ଉଚିତ। ଫଳରେ ଆପଣଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ ।
ବୃଷ:ଏହି ରାଶିର ବ୍ୟକ୍ତିମାନେ ହୋଲିରେ ରୂପା,ଗୁଡ଼ ଏବଂ ଧଳା ପୋଷାକ ଦାନ କରନ୍ତୁ। ଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
ମିଥୁନ: ହୋଲିରେ ସବୁଜ ରଙ୍ଗର ଜିନିଷ, ପୁସ୍ତକ ଏବଂ କଲମ ଦାନ କଲେ ଆତ୍ମବିଶ୍ୱାସ ବୃଦ୍ଧି ହେବ ।
କର୍କଟ:ଏହି ରାଶିର ବ୍ୟକ୍ତିମାନେ ହୋଲିର ଶୁଭ ଦିନରେ କ୍ଷୀର,ଚାଉଳ ଏବଂ ଧଳା ଫୁଲ ଦାନ କରିବା ଉଚିତ। ଏହାଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହେବ।
ସିଂହ:ଏହି ରାଶିର ବ୍ୟକ୍ତିମାନେ ହୋଲି ଦିନ ସୁନା,କେସର ଏବଂ କମଳା ଦାନ କଲେ ସମ୍ମାନ ବୃଦ୍ଧି ହେବ ।
କନ୍ୟା: ହୋଲିରେ ମହୁ,ତମ୍ବା ଏବଂ ସବୁଜ ଫଳ ଦାନ କଲେ ଜୀବନରେ ସୁଖଶାନ୍ତି ଆସିବ।
ତୁଳା: ଏହି ରାଶିର ବ୍ୟକ୍ତିମାନେ ହୋଲିରେ ରୂପା,ଗୋଲାପ ଫୁଲ ଏବଂ ଧଳା ପୋଷାକ ଦାନ କରିବା ଉଚିତ। ଏହାଦ୍ବାରା କ୍ୟାରିୟରରେ ସଫଳତା ମିଳିବ ।
ବିଛା:ହୋଲିରେ ତମ୍ବା, ସବୁଜ ଚଣା ଏବଂ ଲାଲ ବସ୍ତ୍ର ଦାନ କରିବା କଲେ ଜୀବନରେ ସଫଳତାର ପଥ ଆଡକୁ ଆଗ୍ରସର ହେବେ ।
ଧନୁ: ଏହି ରାଶିର ଲୋକମାନେ ହୋଲିରେ ହଳଦିଆ ବସ୍ତ୍ର,ହଳଦୀ,ଅଁଳା ଦାନ କଲେ ଜୀବନରେ ପ୍ରଗତି ଆସେ ।
କୁମ୍ଭ: ହୋଲିରେ ତମ୍ବା,ନୀଳ ପୋଷାକ ଏବଂ ରନ୍ଧା ଚାଉଳ ଦାନ କରିବା ଉଚିତ। ଫଳରେ ଜୀବନରେ ଥିବା ବାଧା ଦୂର ହେବ। ଏଥିସହ ବ୍ୟବସାୟରେ ଲାଭ ମିଳିବ ।
ମୀନ:ଏହି ରାଶିର ବ୍ୟକ୍ତିମାନେ ଏହି ଦିନ ଧଳା ବସ୍ତ୍ର, ମୋତି ଏବଂ କ୍ଷୀର ଦାନ କଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ।

 

Comments are closed.