Latest Odisha News

ପାକ୍ ଟ୍ରେନ ହାଇଜାକ; ବିଦ୍ରୋହୀଙ୍କୁ ମାରି ସଫା କଲା ସେନା… 

କରାଚି: ବେଲୁଚ ବିଦ୍ରୋହୀଙ୍କୁ ମାରି ସଫା କଲେ ପାକିସ୍ତାନୀ ସେନା। ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫଙ୍କ ସୂଚନା ଅନୁଯାୟୀ, ସେନା ସମସ୍ତ ୩୩ ଜଣ ବେଲୁଚ୍ ବିଦ୍ରୋହୀଙ୍କୁ ହତ୍ୟା କରିଛି। ଏବେ ସେଠାରେ ଜଣେ ବି ବେଲୁଚ୍ ବିଦ୍ରୋହୀ ନାହାନ୍ତି।

ତେବେ ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବିଷୟରେ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

ଏହି ଅପହରଣ ଘଟଣାରେ ବିଏଲଏ ବିଦ୍ରୋହୀମାନେ ବହୁ ପଣବନ୍ଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୫୦ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ। ସେହିପରି ଏହି ଅପରେଶନରେ ଅତି କମରେ ୩୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲା ବେଳ ପ୍ରାୟ ୨୭ ସୈନିକ ଘେରାବନ୍ଦୀରେ ପ୍ରାଣ ହରାଇଥିଲେ।

ଅପରପକ୍ଷରେ ଗତ ମଙ୍ଗଳବାର ବିଏଲଏ ବିଦ୍ରୋହୀମାନେ କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ କରିନେଇଥିଲେ ବାଲୁଚ ଲିବରେସନ ଆର୍ମି (ବିଏଲଏ)। ଯାତ୍ରୀମାନଙ୍କୁ ପଣବନ୍ଦୀ କରି ଗିରଫ ହୋଇଥିବା ବିଏଲଏ ବିଦ୍ରୋହୀମାନଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଥିଲା।

Comments are closed.