ଭୁବନେଶ୍ୱର: ଅଫିସର୍ଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍। ପ୍ରମୋସନ୍ ପାଇଁ ଧରାଧରି ଚଳିବ ନାହିଁ କହିଲେ ଦେଓ ରଞ୍ଜନ ସିଂ। ପ୍ରଦର୍ଶନ ଆଧାରରେ ରାଜସ୍ବ ଅଧିକାରୀଙ୍କ ସିସିଆର୍ ଲେଖାଯିବ। ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି। AI ଜରିଆରେ ଅଫିସର୍ଙ୍କ କାର୍ଯ୍ୟର ତର୍ଜମା କରାଯିବ।
ପ୍ରମୋସନ ପାଇଁ ରାତି ଅଧିଆ କାମ କି, ଧରାଧରି କଲେ ଚଳିବ ନାହିଁ। କେବଳ ନିଜ ଡ୍ୟୁଟିରେ ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ। ଏହା ସହ ରେଜିଷ୍ଟ୍ରାର ଅଫିସରେ କେମିତି କାମ ହୁଏ ତାହାର ପୋଲ ଖୋଲିଲେ ଦେଓ ରଞ୍ଜନ ସିଂ । କହିଲେ, ଆମ ଅଫିସର ମାନଙ୍କ ମଧ୍ୟରେ ଗୋଟେ ଧାରଣା ଅଛି ଆମେ ବହୁତ ଭଲ କାମ କରୁଛୁ । କିନ୍ତୁ ଜନ ସାଧାରଣଙ୍କ ଫିଡବ୍ୟାକ୍ ବହୁତ ଖରାପ । ଲୋକ ଅଭିଯୋଗ କରୁଛନ୍ତି, ଯଦି କାହାକୁ ଧରିବେ ନାହିଁ କି ହାତଗୁଞ୍ଜା ଦେବେନାହିଁ ତେବେ ଜୋତା ଘୋରିହୋଇ ଛିଡ଼ିଗଲେ ବି କେହି ଶୁଣିବେ ନାହିଁ ।
ଯଦି ଏହି ଦୁଇଟି ଜିନିଷ କରିଦେଲେ ତେବେ ଘରେ ବସିଥିଲେ ରେଜିଷ୍ଟ୍ରେସନ ହେଇଯିବ। ଇଏ ହେଉଛି ରେଜିଷ୍ଟ୍ରାର ଅଫିସର କଥା। ଯାହାକି ଅର୍ଦ୍ଧ ସତ୍ୟ ନୁହେଁ ପୂର୍ଣ୍ଣ ସତ୍ୟ ମୁଁ କହୁଛି। ଏଭଳି ଅଭିଯୋଗ ସବୁ ଶୁଣିବା ପରେ ଅଧିକାରୀଙ୍କୁ ସତର୍କବାଣୀ ଦିଆଯାଉଛି। ଏଣିକି ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ। ଅଫିସକୁ ଠିକ ସମୟରେ ଆସନ୍ତୁ। ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଅନ୍ତୁ। ନଚେତ୍ ନିଜ ପଦୋନ୍ନତି କଥା ଭୁଲିଯିବେ। ଏଭଲି ଚେତାବନୀ ଦେଇଛନ୍ତି ସଚିବ।
Comments are closed.