Latest Odisha News

ସୁଭଦ୍ରାରେ ମାତିଲେଣି ସାଇବର ଠକ: ସତର୍କ କରାଇଲେ ସରକାର

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା । ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ । ଏଥିପାଇଁ ଉତ୍ସାହିତ ପ୍ରତିଟି ମହିଳା ।

ତେବେ ଏହି ଉତ୍ସାହ ମଧ୍ୟରେ ଏବେ ଠକେଇ ଶିକାର ହେଉଛନ୍ତି ମହିଳା । ଏନେଇ ସତର୍କ କରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମହିଳାମାନେ ଏଭଳି ସାଇବର ଠକେଇ ଠାରୁ ଦୂରାଇ ରୁହନ୍ତୁ । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଫୋନକୁ ଲିଙ୍କ୍ ଓ ଫ୍ରଡ୍ କଲ୍ ଆସୁଥିବା ଅଭିଯୋଗ ହୋଇଛି । ସରକାର କୌଣସି ଲିଙ୍କ କିମ୍ବା ଫୋନ କଲ୍ ହିତାଧିକାରୀଙ୍କ ପାଖକୁ ପଠାଉନାହାନ୍ତି । ତେଣୁ ଏଭଳି ଲିଙ୍କଙ୍କୁ କ୍ଲିକ୍ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ପ୍ରଭାତି ପରିଡା ।

ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି । ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଚିକରଣ କରନ୍ତୁ,. ଟଙ୍କା ଆପଣଙ୍କ ଖାତାକୁ ଯିବ । ଏନେଇ କାହାର କଥାକୁ ବି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଭାତି ପରିଡା ।

Comments are closed.