Latest Odisha News

BREAKING NEWS

ଫୋନର ଏହି ପାସୱାର୍ଡକୁ ଭୁଲରେ ବି ରଖନ୍ତୁ ନାହିଁ, ପର୍ସନାଲ ଡାଟା ହେବ ହ୍ୟାକ୍

ଭୁବନେଶ୍ବର:ଆପଣଙ୍କ ପାସୱାର୍ଡ କେତେ ସୁରକ୍ଷିତ ତାହା ଆପଣ ଜାଣନ୍ତି କି? କିଛି ପାସୱାର୍ଡ ଏତେ ଦୁର୍ବଳ ଥାଏ ଯେ ସେଗୁଡିକ ସହଜରେ ହ୍ୟାକ୍ ହୋଇପାରେ । କିନ୍ତୁ ପାସୱାର୍ଡ ତିଆରି କରିବା ପୂର୍ବରୁ, ଏହା କେତେ ଷ୍ଟ୍ରଙ୍ଗ ତାହା ବିଷୟରେ ଆମେ କେବେ ଚିନ୍ତା କରୁ କି? ସରକାର ମଧ୍ୟ ଏ ବିଷୟରେ ସୂଚନା ଦିଅନ୍ତି ଯେ ଷ୍ଟ୍ରଙ୍ଗ ପାସୱାର୍ଡ ରଖନ୍ତୁ ।

ପାସୱାର୍ଡକୁ ବହୁତ ବୁଦ୍ଧିମାନ ଭାବରେ ସେଟ୍ କରିବା ଉଚିତ୍ । ଫଳରେ କୌଣସି ହ୍ୟାକର୍ ହ୍ୟାକ୍ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଏକ ରିପୋର୍ଟ ଅନୁଯାୟୀ, ନର୍ଡ ପାସ୍ କୋଡିଏଟି ଦୁର୍ବଳ ପାସୱାର୍ଡର ଏକ ତାଲିକା ପ୍ରକାଶ କରିଛି। ଏହି ସମସ୍ତ ପାସୱାର୍ଡଗୁଡିକ ସହଜରେ ହ୍ୟାକ୍ ହୋଇପାରେ ।

ଏହି ତାଲିକା ଉପରେ ନଜର ପକାନ୍ତୁ ଏପରି ପାସୱାର୍ଡ ଆପଣ ରଖି ନାହାଁନ୍ତି ତ..

123456
password
lemonfish
111111
12345
12345678
123456789
admin
abcd1234
1qaz@WSX
qwerty
admin123
Admin@123
1234567
123123
welcome
abc123
1234567890
india123
Password

ଏହି ପାସୱାର୍ଡଗୁଡ଼ିକୁ କଦାପି ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ଶକ୍ତିଶାଳୀ ପାସୱାର୍ଡ ତିଆରି କରନ୍ତୁ । ଆପଣଙ୍କ ପାସୱାର୍ଡରେ ଅତି କମରେ ୧୦ଅଙ୍କ ଏବଂ କିଛି ବିଶେଷ କ୍ୟାରେକଟର ଅନ୍ତର୍ଭୂକ୍ତ କରନ୍ତୁ ।

ପ୍ରତ୍ୟେକ ଖାତା ପାଇଁ ଲମ୍ବା ଏବଂ ଅଜବ ପାସୱାର୍ଡ ସୃଷ୍ଟି କରିବା ଏବଂ ମନେରଖିବା କଷ୍ଟକର ହୋଇଯାଏ । ଏଥିପାଇଁ ଆପଣ ପାସୱାର୍ଡ ମ୍ୟାନେଜର୍ ବ୍ୟବହାର କରିପାରିବେ । ଆମର ପାସୱାର୍ଡ ଦୁର୍ବଳ ହେଲେ ପାସୱାର୍ଡ ମ୍ୟାନେଜର୍ ଆମକୁ କହିଥାଏ ।

Leave A Reply

Your email address will not be published.