Latest Odisha News

BREAKING NEWS

ଜୁଏଲେରି ଡିଜାଇନରଙ୍କ ଭିନ୍ନ ଲୁକ୍‌: ପିନ୍ଧିଲେ ସୁନାରେ ନିର୍ମିତ ବ୍ଲାଉଜ ଓ ବେଲି ଆର୍ମର

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର ଉଦ୍‌ଘାଟନୀ ସମାରୋହ ୩ ଦିନ ଧରି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ୍ , ହଲିଉଡ୍ ଓ କଲଚରାଲ ଆର୍ଟିଷ୍ଟ ଯୋଗ ଦେଇଥିଲେ । ସମସ୍ତେ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତଙ୍କଠାରୁ ଫେମସ ଜୁଏଲେରି ଡିଜାଇନର ସୁହାନୀ ପାରେଖଙ୍କ ଷ୍ଟାଇଲ ପୁରା ଭିନ୍ନ ଥିଲା ।

ଏହି କାର୍ଯ୍ୟକ୍ରମରେ ସେ ଏକ କଳା ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଥିଲେ । କିନ୍ତୁ ସେ ପିନ୍ଧିଥିବା ବ୍ଲାଉଜ ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଥିଲା । କେବଳ ସେତିକି ନୁହେଁ, ବର୍ତ୍ତମାନ ସେ ଗର୍ଭବତୀ ଥିବାରୁ ସୁନାରେ ତିଆରି ବେଲି ଆର୍ମର ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ୍ ଷ୍ଟାଇଲିସ୍ ଲାଗୁଥିଲେ । ଏହା ବ୍ୟତୀତ ସେ ସୁନାର କାନଫୁଲ,ନେକ୍‌ଲେସ୍ ଏବଂ ରିଂ ପିନ୍ଧିଥିଲେ,ଯାହା ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏହାକୁ ସେ ନିଜେ ଡ଼ିଜାଇନ୍ କରିଥିଲେ । ସେ ଯୁଆଡ଼େ ଯାଆନ୍ତି ନିଜକୁ ସୁନା ଅଳଙ୍କାରରେ ସଜେଇଥାନ୍ତି ।

Leave A Reply

Your email address will not be published.