ଭୁବନେଶ୍ୱର: ବଲିଉଡ୍ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’ ନିକଟରେ ରିଲିଜ ହୋଇଯାଇଛି ।
‘ଛପାକ୍’ ଚଳଚ୍ଚିତ୍ରଟି ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏଥିରେ ଏସିଡ୍ ପିଡିତା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା । ଏଥିରେ ଦିପିକାଙ୍କ ଲୁକକୁ ଦେଖିଲେ ଯେକେହିବି ହଠାତ୍ ଚିହ୍ନିପାରିବେ ନାହିଁ ।
ନିର୍ଦ୍ଦେଶକ ମେଘାନ ଗୁଲଜାରଙ୍କ ଏହି ଫିଲ୍ମରେ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଓଡିଆ ଅଭିନେତା ଚିତ୍ତରଞ୍ଜନ ତ୍ରୀପାଠି । ଯିଏକି ଫିଲ୍ମରେ ପୋଲିସ ଅଧିକାରୀ ଚରିତ୍ର ତୁଲାଇଥିବା ବେଳେ ଦମଦାର ଅଭିନୟ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି ।
ଫିଲ୍ମରେ ଚିତ୍ତଙ୍କ ବଳିଷ୍ଠ ଅଭିନୟ ଲାଗି ଓଡିଶାର ଆଇଏଏସ୍ ଅଧିକାରୀ ତଥା ଆଇସିଆରଆଇଏସଟିର ନିର୍ଦ୍ଦେଶକ ଅରବିନ୍ଦ ପାଢୀ ମଧ୍ୟ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ।
https://twitter.com/arvindpadhee/status/1216028480799789056?s=08
ଏହାପୂର୍ବରୁ ଚିତ୍ତ ରଞ୍ଜନ ଲୋକପ୍ରିୟ ୱେବ ସିରିଜ ସେକ୍ରେଡ ଗେମ୍ସରେ ମଧ୍ୟ ନିଜର ଦମଦାର ଅଭିନୟର ପ୍ରଦର୍ଶନ କରିଥିଲେ । ଏହାବ୍ୟତିତ ସେ ରାଜକୁମାର ରାଓ, ବୋମନ ଇରାନୀ ଓ ମୋନୀ ରୟଙ୍କ ଅଭିନୀତ ‘ମେଡ୍ ଇନ୍ ଚାଇନା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ସେ ‘ଦିଲ୍ଲୀ ୬’, ‘ଫେଣ୍ଟମ’, ‘ଭଣ୍ଡାର’, ‘ତଳୱାର’, ‘କମାଣ୍ଡୋ ୨’, ‘ଜଗା ଜାସୁସ୍’, ‘ମୁକ୍କାବାଜ୍’, ‘ଫୁକରେ ରିଟଣ୍ଣସ’, ‘ଶୁଭ ମଙ୍ଗଳ ସାବଧାନ’ ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
Comments are closed.