Latest Odisha News

ରୋହିତଙ୍କ ଆକର୍ଷଣୀୟ ଶତକ: ଭାରତ ୩୦୦/୬

ଚେନ୍ନାଇ: ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୩୦୦ ରନ ସଂଗ୍ରହ କରିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ରୋହିତ ୧୬୧ ଓ ଅଜିଙ୍କ୍ୟ ରାହାନେଙ୍କ ୬୭ ରନ ବ୍ୟତୀତ ଅନ୍ୟ ଟପ ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି ।

ଶୁଭମନ ଗିଲ (୦), ଚେତେଶ୍ୱର ପୂଜାରା(୨୧), ବିରାଟ କୋହଲି(୦) ଓ ରବିଚନ୍ଦ୍ରନ ଅଶ୍ୱିନ ୧୩ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଋଷଭ ପନ୍ତ ୩୩ ଓ ଅକ୍ଷର ପଟେଲ ୫ ରନ କରି ଅପରାଜିତ ଅଛନ୍ତି । ଇଂଲଣ୍ଡ ପକ୍ଷରୁ ମୋଲିନ ଅଲୀ ଏବଂ ଜ୍ୟାକ ଲିଚ ୨ଟି ଲେଖାଁଏ ଉଇକେଟ ହାସଲ କରିଥିôଲେ ।

Leave A Reply

Your email address will not be published.