ଭୁବନେଶ୍ୱର: ଏବେ ଦ୍ରୁତଗତିରେ କରୋନା ମହାମାରୀ ସଂକ୍ରମିତ ହେଉଥିବା ବେଳେ ଆସନ୍ତାକାଲିଠୁ ଓଡ଼ିଶାର ଘରେ ଘରେ କରୋନା ଚିହ୍ନଟ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ବସ୍ତି ଅଞ୍ଚଳଗୁଡ଼ିକରେ ଯେଉଁଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ସେଠାରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ହେବ । ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୋମବାର ଦିନ ଏସମ୍ପର୍କରେ କହିଛନ୍ତି, ରାଜ୍ୟର ସମସ୍ତ ଜନସାଧାରଣଙ୍କର କୋଭିଡ୍ -୧୯ ପରୀକ୍ଷା ହେବ । “ଆଶା ଏବଂ ଏଏନଏମ କର୍ମୀମାନେ ଘରକୁ ଘର ବୁଲି ଚିହ୍ନଟ କରିବେ ।”
କରୋନା ଲକ୍ଷଣ ପ୍ରକାଶ ପାଇଥିଲେ ଚିକିତ୍ସା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ । ଏହି ଅଭିଯାନ ଆଇସିଏମଆର୍ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା ହେବ । “ଏପର୍ଯ୍ୟନ୍ତ ଆମେ ୨ଲକ୍ଷ ପରୀକ୍ଷା କରିସାରିଛୁ । ପଜିଟିଭ୍ ରେଟ୍ ଏକ ଲକ୍ଷରେ ୯.୩ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୦୩ ରହିଛି । ସେହିପରି ସୁସ୍ଥ ହେବା ହାର ୬୭ ପ୍ରତିଶତ ରହିଥିବା ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା କହିଛନ୍ତି ।
Comments are closed.