Latest Odisha News

BREAKING NEWS

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ବିଶେଷଜ୍ଞମାନେ ଚେତାଇଲେ: ଚୀନ କେବେ ହେଲେ ଭାରତର ବିକଳ୍ପ ହୋଇପାରିବନି

କାଠମାଣ୍ଡୁ: ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଯେଉଁ ସୀମା ବିବାଦ ସୃଷ୍ଟି କରୁଛନ୍ତି ତାହା ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚେତାଇଛନ୍ତି । ଚୀନ କେବେ ଭାରତର ବିକଳ୍ପ ହୋଇପାରିବନି ବୋଲି ସେମାନେ କହିଛନ୍ତି ।ଓଲି ନିଜର ଆସନ ବଞ୍ଚାଇବା ପାଇଁ ଜାଣି ଶୁଣି ଭାରତ ସହ ସୀମା ବିବାଦକୁ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଥିପାଇଁ ନେପାଳ ପ୍ରଧାମନ୍ତ୍ରୀ ଓଲିଙ୍କର ଇସ୍ତଫା ପାଇଁ ସେଠାର କିଛି ଲୋକ ମଧ୍ୟ ଦାବି କରିସାରିଛନ୍ତି । ଏନେଇ ବୈଦେଶିକ ମାମଲାର ବିଶେଷଜ୍ଞଙ୍କ ମତରେ ନେପାଳରେ ଆଭ୍ୟନ୍ତରୀଣ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ନେପାଳର କମ୍ୟୁନିଷ୍ଟ ସରକାର ଲିପୁଲେଖ, କାଲାପାଣି ଓ ଲିଥିୟାପୁରାକୁ ନେପାଳର ଭୂ-ଭାଗ ପ୍ରଦର୍ଶିତ କରୁଥିବା ନୂଆ ନକ୍ସା ସମ୍ପର୍କରେ ଦେଶରେ ସଂସଦର ନିମ୍ନ ଗୃହରେ ସର୍ବସମ୍ମତିକ୍ରମେ ମଞ୍ଜୁରୀ ନେବାରେ ସଫଳ ହୋଇଥିଲା । ପ୍ରଧାନମନ୍ତ୍ରୀ କେ.ପି ଓଲି ଘରୋଇ ରାଜନୀତିରେ ନିଜର ସ୍ଥିତି ମଜବୁତ କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଲି ଭାରତ ବିରୋଧୀ ଭାବନା ସୃଷ୍ଟି କରି ନିର୍ବାଚନ ଜିତିବା ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.