Latest Odisha News

BREAKING NEWS

ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ଗିରଫ କରାଯାଇଛି !

ନୂଆଦିଲ୍ଲୀ : ପାକିସ୍ତାନରେ ଭାରତୀୟ ହାଇକମିଶନର ଦୁଇ କର୍ମଚାରୀ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗାଡ଼ି ଦୁର୍ଘଟଣା ମାମଲାରେ ଗିରଫ କରିଛି । କର୍ମଚାରୀ ନିଖୋଜ ହୋଇ ନାହାନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଭାରତ ପକ୍ଷରୁ ପାକିସ୍ତାନକୁ ସିଧାସଳଖ କୁହାଯାଇଛି ଯେ, କର୍ମଚାରୀଙ୍କୁ ଜେରା ନ କରି ତୁରନ୍ତ ଛାଡ ।  ସେମାନେ ଚଳାଉଥିବା ବିଏମଡବ୍ଲୁ ଜଣେ ପଦଚାରୀଙ୍କୁ ଧକ୍କା ଦେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ଦେଇଥିଲେ ।

BjdElectrycity

ଗତ ମାସରେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଭାରତ ସରକାର ବିତାଡ଼ିତ କରିବା ଜବାବରେ ପାକିସ୍ତାନ ଏହା କରିଥିବା କୁହାଯାଉଛି । ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ପ୍ରତିବାଦ କରିଛି । ସଂପୃକ୍ତ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ପାକିସ୍ତାନ ସରକାରଙ୍କର ବୋଲି ନୂଆଦିଲ୍ଲୀ କହିଛି । ଗିରଫ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ମୁକ୍ତ କରିବା ସହ ତାଙ୍କର କାର ଫେରାଇ ଦେବାକୁ ପାକିସ୍ତାନକୁ ଭାରତ ସରକାର କହିଛନ୍ତି ।

Leave A Reply

Your email address will not be published.