Latest Odisha News

ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକିବାଲା ପାଇଁ କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ସେହିପରି ସ୍ୱାସ୍ଥ୍ୟ ପରୀକ୍ଷାକୁ ବି ଗୁରୁତ୍ୱ ଦିଆଯାଉଛି । ଆଜିଠୁ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ଡୋର୍ ଟୁ ଡୋର୍ ସ୍କ୍ରିନିଂ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଯେଉଁ ସବୁ ଅଞ୍ଚଳରେ ସ୍କ୍ରିନିଂ ଅଭିଯାନ ଚାଲିବ ସେସବୁ ଅଞ୍ଚଳକୁ ତିନିରୁ ଚାରି ଘଣ୍ଟା ସଟଡାଉନ୍ କରାଯିବ ।

ଅକ୍ସି ମିଟର ସହ ଡୋର୍ ଟୁ ଡୋର୍ ସର୍ଭେ କରିବ ଟିମ୍ । ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ସହଯୋଗ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ରାଜ୍ୟରେ କରୋନା ପ୍ରଭାବିତ ଜିଲ୍ଲାର ଶୀର୍ଷ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ସଂକ୍ରମିତ, ସୁସ୍ଥ ଆକ୍ଟିଭ୍ ଓ ମୃତ୍ୟୁ ସଂଖ୍ୟାରେ ଆଗରେ ଗଞ୍ଜାମ ଜିଲ୍ଲା ।

ପ୍ରତିଦିନ ସାମନାକୁ ଆସୁଛି ଶତାଧିକ ନୂଆ ପଜିଟିଭ୍ କେସ୍ । ବର୍ତ୍ତମାନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୪୮ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ହଜାର ୩୯୧ । ଆକ୍ଟିଭ୍ କେସ୍ ରହିଛି ୯୩୫ଟି । ୨୧ ଜଣଙ୍କର ଜୀବନ ନେଇଛି କରୋନା । ସଂକ୍ରମଣ ବଢୁଥିବାରୁ ଡୋର୍ ଟୁ ଡୋର୍ ସ୍କ୍ରିନିଂ କରୁଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.