Latest Odisha News

BREAKING NEWS

ଆପଣଙ୍କ ନାମରେ ପଂଜିକୃତ ସିମ୍‌କୁ ଅନ୍ୟ କେହି ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର: ମୋବାଇଲ୍ ସିମ୍ ଜାଲିଆତି । ଜଣକ ନାମରେ ପଂଜିକୃତ, ବ୍ୟବହାର କରୁଥିବେ ଅନ୍ୟ ଜଣେ । ଫିଲ୍ମ, ୱେବ୍‌ସିରିଜ୍ ଓ ଖାସ କରି ଅନେକ କ୍ରାଇମ୍ ସିରିଅଲରେ ଅପରାଧୀମାନେ ଅନ୍ୟ ଜଣକ ନାମରେ ଥିବା ସିମ୍ ବ୍ୟବହାର କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ତେବେ ରିୟଲ୍ ଲାଇଫରେ ବି ଏପରି ଅନେକ ଥର ଘଟିଥାଏ । ହେଲେ ଏବେ ଆପଣଙ୍କ ନାମରେ ପଂଜିକୃତ ଥିବା ସିମ୍ ଅନ୍ୟ କେହି ବ୍ୟବହାର କରୁଥିଲେ ବେଶ ସହଜରେ ସେହି ନମ୍ବରକୁ ଆପଣ ନିଷ୍କ୍ରିୟ କରିପାରିବେ ।

ସୋସିଆଲ୍ ମିଡିଆରେ ଘୁରିବୁଲୁଥିବା ଏହି ମେସେଜଟି ସମ୍ପୂର୍ଣ୍ଣ ରୂପେ ସତ । ବେଆଇନ ସିମ୍‌ର ବହୁଳ ବ୍ୟବହାରକୁ ରୋକିବା ଲାଗି ଟେଲିକମ୍ ବିଭାଗ ଏକ ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରିଛନ୍ତି । ଯଦି ଆପଣଙ୍କ ନାମରେ ପଂଜିକୃତ ଥିବା ସିମ୍‌କୁ ଅନ୍ୟ କେହି ବ୍ୟବହାର କରୁଥିବେ । ତେବେ ଏହି ପୋର୍ଟାଲ (tafcop.dgtelecom.gov.in) ଜରିଆରେ ସଂପୃକ୍ତ ବ୍ୟବହାରକାରୀଙ୍କ ଅଜାଣତରେ ଆପଣ ସେହି ନମ୍ବରକୁ ବ୍ଲକ୍ କରିପାରିବେ ।

ତାଜା ସ୍ଥିତିରେ ଜଣେ ବ୍ୟକ୍ତି ନିଜ ନାମରେ କେବଳ ୯ଟି ସିମ୍ କନେକ୍ସନ୍ ନେଇପାରିବେ । ଅନ୍ୟପଟେ ଆପଲ୍ ଡିଭାଇସ୍ ବ୍ୟବହାରକାରୀ ନିଜ ନାମରେ ୧୮ଟି ଇ-ସିମ୍ କନେକ୍ସନ୍ ନେଇପାରିବେ ।

ଟେଲିକମ୍ ବିଭାଗର ଏହି ସାଇଟରେ (tafcop.dgtelecom.gov.in) ଆପଣ ନିଜ ନମ୍ବର ଲେଖି ଅନ୍ୟ ବେଆଇନ୍ କନେକ୍ସନଗୁଡିକୁ ଅନୁରୋଧକ୍ରମେ ଅଚଳ କରିପାରିବେ । ତେବେ ବର୍ତ୍ତମାନ ସ୍ଥିତିରେ ଏହି ସେବା କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ କାର୍ଯ୍ୟକ୍ଷମ ହୋଇଛି । ଆଗାମୀ ଦିନରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଏହି ସେବା ଉପଲବ୍‌ଧ ହେବ ।

Leave A Reply

Your email address will not be published.