Latest Odisha News

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: ପୂର୍ବରୁ ଠିକାଦାର କିମ୍ବା ବେସରକାରୀ ସଂସ୍ଥାକୁ ବଟି ମାଗି ସାମ୍ବାଦିକ ଗିରଫ ହେବା ଖବର ସାମ୍ନାକୁ ଆସିଥିଲା । କିଛି ହାତଗଣତି ଲୋକଙ୍କ ପାଇଁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଅଳ୍ପ ବହୁତ ବଦନାମ ବି ହୋଇଥିଲା । ହେଲେ ଏବେ କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।

ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ଖବର କାଗଜ ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ନନ୍ଦପୁର, ମାଧପୁର ଓ ମଧୁପୁରରେ ୩୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସେ ଉଲ୍ଲେଖ କରିଥିଲେ । ଏହି ଖବର ଫେସବକୁରେ ଭାଇରାଲ ହେବା ପରେ ଲୋକଙ୍କ ମନରେ ଛନକା ପଶିଥିଲା । ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏହି ତଥ୍ୟକୁ ଏକ ଟୁଇଟ୍ ଜରିଆରେ ରୋକଠୋକ ଖଣ୍ଡନ କରିଥିଲା ।

ଜଣେ ସାମ୍ବାଦିକ ଏଭଳି ମିଥ୍ୟା ଗୁଜବ ପ୍ରଚାର କରିବା ଅଭିଯୋଗରେ ଆଜି ବନ୍ତଳା ଥାନା ପୋଲିସ ବିଜୟ ସ୍ୱାଇଁଙ୍କୁ ଗିରଫ କରିଥିବା ସୂଚନା ରହିଛି । ଗିରଫ ବିଜୟ ସ୍ୱାଇଁଙ୍କ ଡାକ୍ତରୀ ଯାଂଚ ପରେ ପଚରାଉଚରା ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.