Latest Odisha News

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପୁରୀ: ଅଦିନରେ ରଥଯାତ୍ରା ଆୟୋଜିତ କରାଯାଉଥିବା ଯୋଗୁଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଚେତାବନୀ ଦିଆଯାଇଛି ।

ନିକଟ ଅତୀତରେ ମୁମ୍ବାଇ ଠାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜିତ କରାଯାଇଥିଲା । ଯାହାକୁ ନେଇ ଓଡିଶାରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଏସମ୍ପର୍କରେ ଆଲୋଚନା କରିବା ଲାଗି ଗତ ରବିବାର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଏସଜିଟିଏ ସଦସ୍ୟ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଜଗନ୍ନାଥ ସହସ୍କୃତି ବିଶେଷଜ୍ଞ ଓ ସେବାୟତମାନେ ସାମିଲ ହୋଇଥିଲେ ।

ସ୍କନ୍ଧ ପୁରାଣ ଓ ଅନ୍ୟ ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖନୁଯାୟୀ ହିନ୍ଦୁ ମାସ ଆଷାଢରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରିବା ଲାଗି ସେମାନେ ଦାବି କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ସଚ୍ଚିଦାନନ୍ଦ ଦାସ ମହାରାଜ କହିଚନ୍ତି ଯେ, “ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଇସ୍କନକୁ ଦିଆଯିବ । ଯାହାଫଳରେ ସେମାନେ ବାର୍ଷିକ ଉତ୍ସବ ଓ ଅନ୍ତରିକ ମହତ୍ୱ ପ୍ରତି ଅବଗତ ହୋଇପାରିବେ” ।

ଏହାବ୍ୟତିତ ଯଦି ସଙ୍ଗଠନ ଏହାକୁ ପାଳନ କରିବାକୁ ମନାକରେ, ତାହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏନେଇ ଏସଜିଟିଏ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଜଣାଇବା ସହ ଓଡିଶା ସରକାରଙ୍କୁ ମଧ୍ୟ ଅବଗତ କରାଯିବ ।

Leave A Reply

Your email address will not be published.