Latest Odisha News

BREAKING NEWS

ସାଲବିରାରେ ଡବଲ ମର୍ଡର । ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ : ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଖିଆଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ବି ହତ୍ୟା କରାଯାଇଛି । ଗାଁରେ ଦୁଇଟି ଦୁଇଟି ହତ୍ୟାକାଣ୍ଡ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ସାଲବିରା ଗାଁରେ।

ସାଲବିରା ଗାଁ ମୁଖିଆଙ୍କୁ ହତ୍ୟା ପରେ ହତ୍ୟାକାରୀଙ୍କୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ । ସାଲବିରା ଗାଁ ମୁଖିଆ ପ୍ରଫୁଲ୍ଲ ମାଝୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା । ସେହି ଗାଁର ଘନଶ୍ୟାମ ମାଝୀ ପ୍ରଫୁଲ୍ଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଫୁଲ୍ଲ ଜଙ୍ଗଲକୁ ଯାଉଥିବା ବେଳେ ଘନଶ୍ୟାମ ତାଙ୍କୁ ଆକ୍ରମଣ କରିଥିଲା ।

ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ପ୍ରଫୁଲ୍ଲଙ୍କ ମୃତଦେହ ନିକଟରେ ପଡିଛି ହତ୍ୟାକାରୀ ଘନଶ୍ୟାମ ମାଝୀର ମୃତଦେହ । ଏହି ଡବଲ ମର୍ଡର ପଛର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ଟି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.