Latest Odisha News

BREAKING NEWS

ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ; ଭାଇ, ପୁତୁରାକୁ ହତ୍ୟା କଲା ଭାଇ

ଉଦଳା: ସମ୍ପତ୍ତି ଆଗରେ ଫିକା ପଡିଛି ସଂପର୍କ। ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଛି ଡବଲ ମର୍ଡର । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ।

ସୂଚନାନୁସାରେ,  ଶୁକ୍ରବାର ଦିନ ପୁତୁରା କୁଆଁର ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସେଠାରେ ଦାଦା ସୁଶୀଲ କୁଆଁରର ବେକ କାଟି ହତ୍ୟା କରିଥିଲା । ପୁତୁରାର ମୃତଦେହକୁ ନେଇ ଏକ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲା । ପରିବାର ଲୋକେ ପୁଅକୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ନପାଇବାରୁ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ସୁଶୀଲକୁ ଗିରଫ କରିଥିଲା । ସୁଶୀଲକୁ ଅଧିକ ପଚରା ଉଚରା ବେଳେ ସେ ତା’ର ସାବତ ଭାଇ ଘନଶ୍ୟାମକୁ ବି ହତ୍ୟା କରିଥିବା ମାନିଥିଲା ।

Comments are closed.