ଭୁବନେଶ୍ବର: ରାଜଧାନୀରେ ହୋଲି ଦିନ ଘଟିଥିବା ୨ଟି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ସଫଳତା । ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହୋଇଥିବାବେଳେ, ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ । ସହିଦନଗରର ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହୋଇଥିବା ହତ୍ୟାକାଣ୍ଡରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାନା ଗୁଣି ଏବଂ ଜଣେ ନାବାଳକ । ଗୋପୀ ଗୁଣିଙ୍କ ହତ୍ୟା କାଣ୍ଡ ଘଟଣାରେ ସହିଦନଗର ଥାନା ପୋଲିସ ଗିରଫ କରିଛି ।
ଏହି ହତ୍ୟାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କୁ ଗୁଣି ଫେରାର ଥିବା ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି ।
ସେହିପରି, ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରାକୁ ପିପିଲିରୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ।
ଶନିବାର ହୋଲିଖେଳକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।
Comments are closed.