Latest Odisha News

BREAKING NEWS

ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ

ଭଦ୍ରକ: ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ପ୍ରାଣ ହରାଇଲେ ଡାକ୍ତର । ରାଜ୍ୟ ତଥା ବିଶେଷକରି ମୟୂରଭଞ୍ଜରେ ଜଣାଶୁଣା ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ରାସ୍ତାରେ ଗୁଡିଖମାରୀ ପାଖରେ ଏହି ଦୁର୍ଘଟଣା ଘଟିଛି । ଡାକ୍ତର ଷଡ଼ଙ୍ଗୀ ବାଲେଶ୍ୱରରରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ ସକାଳ ନଅଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଟ୍ରକଟି ଫେରାର ହୋଇଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ସୂଚନା ଦେଇଛନ୍ତି।

ଡାକ୍ତର ଷଡ଼ଙ୍ଗୀଙ୍କ କାର ଏକ ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀ ସ୍ଥିତ ଏମ୍ସକୁ ଅଣାଯାଉଥିଲା କିନ୍ତୁ ଭଦ୍ରକରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଡାକ୍ତରଙ୍କ କାର ମଧ୍ୟ ଟ୍ରକ ଧକ୍କାରେ କ୍ଷତିଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରକର ପଛପଟକୁ ଡାକ୍ତର ଷଡ଼ଙ୍ଗୀ ପିଟି ଦେଇଥିଲେ। ଏହାପରେ କାରର ଆଗ ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଆଉ ଡାକ୍ତର ଡ୍ରାଇଭିଂ ସିଟରେ ଥିବା ବେଳେ ଗୁରୁତର ହୋଇଯାଇଥିଲେ। ପୋଲିସ ଏବେ ମୃତକ ଡାକ୍ତରଙ୍କ ଶବକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଘଟଣାସ୍ଥଳରେ ଆସି ପୁଲିସ ପହଞ୍ଚିଥିଲା।

Leave A Reply

Your email address will not be published.