Latest Odisha News

BREAKING NEWS

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ‘କୋଭିଡ ଇଣ୍ଡିଆ ସେବା’ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ମଙ୍ଗଳବାର କୋଭିଡ ଇଣ୍ଡିଆ ସେବା ଆରମ୍ଭ ହୋଇଛି । ଏହି ଟୁଇଟର ସେବା କରୋନା ମହାମାରୀ ସମୟରେ ନିୟୁତ ନିୟୁତ ଭାରତୀୟଙ୍କ ପାଇଁ ଏକ ପ୍ରତ୍ୟକ୍ଷ ପ୍ରଶ୍ନୋତ୍ତର ମଞ୍ଚ ଭାବେ କାମ କରିବା ସହ ସିଧାସଳଖ ଯୋଗାଯୋଗ ପ୍ରତିଷ୍ଠାରେ ସହାୟକ ହେବ । ଉପଯୁକ୍ତ ସମୟରେ ସ୍ୱଚ୍ଛ ଇ- ପ୍ରଶାସନ ସେବା ଯୋଗାଣ ତଥା ନାଗରିକମାନଙ୍କ ପ୍ରଶ୍ନର ତ୍ୱରିତ ଉତ୍ତର ଏହି ସଂକଟକାଳରେ ଯୋଗାଇ ଦେବାକୁ ଏହି ପ୍ରୟାସ କରାଯାଇଛି ।

ଏହା ମାଧ୍ୟମରେ ଲୋକେ ପ୍ରଶ୍ନ ପଚାରି ଅବିଳମ୍ବେ ଏହାର ଉତ୍ତର ପାଇପାରିବେ । ଏଥିପାଇଁ @CovidIndiaSevaରେ ପ୍ରଶ୍ନ କରିହେବ । ଏହି ବ୍ୟବସ୍ଥାଟି ଏକ ଡ୍ୟାସବୋର୍ଡ ଦ୍ୱାରା ପରିଚାଳିତ । ଏହା ଲୋକଙ୍କ ପ୍ରଶ୍ନକୁ ଟୁଇଟ ଆକାରରେ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ପଠାଇ ସେମାନଙ୍କ ଠାରୁ  ଉତ୍ତର ସଂଗ୍ରହ କରିବା ସହ ପ୍ରଶ୍ନ କର୍ତ୍ତାକୁ ତାହା ଅବଗତ କରାଇଥାଏ ।

ଡକ୍ଟର ହର୍ଷବର୍ଦ୍ଧନ ଟୁଇଟ ମାଧ୍ୟମରେ ଏହି ସେବାର ଉତ୍ସର୍ଗୀକୃତ ଆକାଉଣ୍ଟ  @CovidIndiaSevaକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ ।

ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିଜ ସ୍ୱାସ୍ଥ୍ୟ  ସଂକ୍ରାନ୍ତ ଲୋକଙ୍କ ବିଭିନ୍ନ ପ୍ରଶ୍ନର ତତକ୍ଷଣାତ ଉତ୍ତର ଦେବା ସହିତ ନାଗରିକଙ୍କ ସହ ପ୍ରତ୍ୟକ୍ଷ ଯୋଗଯୋଗ ସେତୁ ସ୍ଥାପନ କରିପାରିବେ । ଏବେ ଟୁଇଟର ଉଭୟ ସରକାର ଓ ନାଗରିକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସେବାରେ ପରିଣତ ହୋଇଛି । ଏହା ମାଧ୍ୟମରେ ଉଭୟପକ୍ଷ ମାଧ୍ୟମରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ଲୋକଙ୍କ ସମସ୍ୟା ସମାଧାନ ଓ ସରକାରୀ ସେବା ଯୋଗଣ ସହଜରେ ହୋଇପାରୁଛି ।  # India Fight Corona with social distancing ଭଳି ଉତ୍ସର୍ଗୀକୃତ  ଟୁଇଟର ସେବା  ମାଧ୍ୟମରେ ଲୋକଙ୍କୁ ସମସ୍ୟାର ସମାଧାନ କରିବାରେ  ସଫଳତା ପାଇଛୁ । ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବୈଷୟିକ ଟିମ୍  ଦ୍ୱାରା ଏହି ସେବା ବ୍ୟବସ୍ଥା ପରିଚାଳିତ ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

ଏହି ନିରବଚ୍ଛିନ୍ନ ସେବାର ଉତ୍ସର୍ଗୀକୃତ ଏକାଉଂଟ  ସ୍ଥାନୀୟ ଓ ଜାତୀୟ ପରିସରରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଉପଲବ୍ଧ ଏବଂ ସେମାନେ ଏହାକୁ ଆକ୍ସେସ୍ କରିପାରିବେ । କରୋନାରେ ସଂକ୍ରମିତ ହୋଇଥିବା ଘେନି ଯଦି କାହାରି ମନରେ ସନ୍ଦେହ ଆସେ ବା କିଛି ଲକ୍ଷଣ ସେ ଦେଖନ୍ତି ତେବେ ନିଜର ସନ୍ଦେହ ମୋଚନ ପାଇଁ ସେ ଏହି ସେବାର ଉପଯୋଗ କରି ଉତ୍ତର ପାଇପାରିବେ । ତେବେ ଏଥିରେ ପ୍ରଶ୍ନ କର୍ତ୍ତୃପକ୍ଷଙ୍କର କୌଣସି ବ୍ୟକ୍ତିଗତ ଯୋଗଯୋଗ ସଂକ୍ରାନ୍ତ ସବିଶେଷ ତଥ୍ୟ ଓ ସ୍ୱାସ୍ଥ୍ୟ ରେକର୍ଡକୁ ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ ।

ଏ ସଂପର୍କରେ ଭାରତ  ଓ ଦକ୍ଷିଣ ଏସିଆ ପବ୍ଲିକ ପଲିସିର ନିଦେ୍ର୍ଦଶିକା ସୁଶ୍ରୀ ମହିମାକାଉଲ ଏକ ଟୁଇଟରେ କହିଛନ୍ତି ଯେ, ସରକାର ଓ ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ପାଇଁ ଏହା ଏକ ଅତ୍ୟାବଶ୍ୟକ ସେବା । ସାମାଜିକ ଗଣ ମାଧ୍ୟମର ପ୍ରଭାବ ଓ ପହଁଚ  ଲୋକଙ୍କ ପାଖରେ ଅଧିକ ଥିବାରୁ କରୋନା ମୁକାବିଲାରେ ଏହାକୁ ବ୍ୟବହାରା କରିବାକୁ ଗୁରୁତ୍ୱ  ଦିଆଯାଉଛି ।

Leave A Reply

Your email address will not be published.