Latest Odisha News

BREAKING NEWS

ଲକ୍‌-ଡାଉନ୍‌ରେ କୂଅ ଖୋଳିପକାଇଲେ ଦମ୍ପତ୍ତି !

ମହାରାଷ୍ଟ୍ର: ମାତ୍ର ୨୧ଦିନରେ ୨୫ ଫୁଟର କୂଅ ଖୋଳିଲେ ଦୁଇ ଜଣ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି ଏପରି ଏକ ଅନନ୍ୟ ଘଟଣା । ପାଣି ସମସ୍ୟାକୁ ଦୂର କରିବା ପାଇଁ ଏକ ଦମ୍ପତ୍ତି କେବଳ ହାତ ଉପକରଣରେ ଏପରି କାରନାମା କରିଦେଖାଇଛନ୍ତି ।

ଲକ୍‌-ଡାଉନରେ ଲୋକେ ନିଜକୁ ବ୍ୟସ୍ତ ଓ ଏଣ୍ଟରଟେନ୍ କରିବାକୁ ଭଳିକିଭଳି ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ୱାସିମ୍ ଜିଲ୍ଲା କାରଖେଡା ଗାଁର ଏକ ଦମ୍ପତ୍ତି ଏହି ସମୟକୁ ବେଶ ଭାବିଚିନ୍ତି ଉପଯୋଗ କରିଛନ୍ତି । ଘରେ ବସି ରହିବା ବଦଳରେ ସେମାନେ ଘର ପାଖରେ ଏକ କୂଅ ଖୋଳିପକାଇଛନ୍ତି । ଯାହାଦ୍ୱାରା ଏବେ ସେମାନେ ଓ ସାହି ଲୋକ ପାଣି ସମସ୍ୟାରୁ ମୁକ୍ତି ପାଇଛନ୍ତି ।

କୂଅ ଖୋଳିବା ସମୟରେ ଦମ୍ପତ୍ତିଙ୍କୁ ସାହି ଲୋକେ ଟାହିଟାପରା କରିଥିଲେ । ହେଲେ ସମାଲୋଚନାକୁ ଖାତିର ନ କରି ଗଜାନନ ଓ ତାଙ୍କ ସ୍ତ୍ରୀ ପୁଷ୍ପା ପାଣି ପାଇଁ ମାଟି ଖୋଳିଚାଲିଥିଲେ । ରାଜମିସ୍ତ୍ରୀ ଗଜାନନ ନିଜ କୌଶଳକୁ ଆପଣେଇ କେବଳ ହାତ ଉପକରଣରେ ୨୫ ଫୁଟର କୁଅକୁ ଖୋଳିପାରିଥିଲେ ।

Leave A Reply

Your email address will not be published.