Latest Odisha News

BREAKING NEWS

ସ୍ୱାଧୀନତା ପରେ ଦେଶ ସମ୍ମୁଖୀନ ହେଉଥିବା ଏହା ସବୁଠାରୁ ବଡ ଜଟିଳ ପରିସ୍ଥିତି: ସର୍ଭେ

ନୂଆଦିଲ୍ଲୀ: କୋଭିଡ-୧୯ ସମ୍ପର୍କିତ ଜାତୀୟ ପ୍ରସ୍ତୁତି ସର୍ଭେ ରିପୋର୍ଟକୁ କେନ୍ଦ୍ର ସାଧାରଣ ଅଭିଯୋଗ, କାର୍ମିକ ଓ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଗୁରୁବାର ଉନ୍ମୋଚନ କରିଛନ୍ତି ।

ଏହି ରିପୋର୍ଟ https://darpg.gov.in. ୱେବସାଇଟରେ ଉପଲବ୍ଧ ଅଛି ।

କୋଭିଡ-୧୯ ଜାତୀୟ ପ୍ରସ୍ତୁତି ସର୍ଭେ ୨୦୨୦ ଦେଶର ୪୧୦ ଜିଲ୍ଲାରେ ୩ଟି କାର୍ଯ୍ୟକାରୀ ଦିବସକୁ ନେଇ ପ୍ରସ୍ତୁତ ହୋଇଛି । ସ୍ୱାଧୀନତା ପରେ ଦେଶ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଜଟିଳ ପରିସ୍ଥିତିର ଏହା ଏକ ବିହଙ୍ଗାବୋଲକନ ବୋଲି କୁହାଯାଇପାରେ ।

ଏହି ସର୍ଭେର ଲକ୍ଷ୍ୟ:

୧.ବିଭିନ୍ନ ରାଜ୍ୟ ରାଜ୍ୟ ମଧ୍ୟରେ କୋଭିଡ-୧୯ର ପ୍ରସ୍ତୁତି ନେଇ ଏକ ତୁଳନାତ୍ମକ ବିଶ୍ଳେଷଣ

୨. କୋଭିଡ-୧୯ର ମୁଖ୍ୟ ପ୍ରାଥମିକତା ଓ ସମ୍ମୁଖୀନ ହେଉଥିବା ବାଧାବିଘ୍ନ

୩. ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀ ଯାହା ଦେଖନ୍ତି ଆନୁଷ୍ଠାନିକ, ଢ଼ାଂଚାଗତ ଓ ହସ୍ପିଟାଲ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ, ସୁବିଧା ଅସୁବିଧାଗୁଡିକୁ ଚିହ୍ନଟ କରି ଜିଲ୍ଲା ସ୍ତରରେ ତାହାର ନିରାକରଣର ଉପାୟ

ଦେଶର ୪୧୦ଟି ଜିଲ୍ଲାର କୋଭିଡ-୧୯ର ପ୍ରସ୍ତୁତି ନେଇ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କ ମତ ଉପରେ ଏହି ସର୍ଭେ ଆଧାରିତ । ୨୦୧୪-୨୦୧୮ ମଧ୍ୟରେ ଭାରତ ସରକାରଙ୍କ ସହକାରୀ ସଚିବ ଭାବେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ ।

ମାର୍ଚ୍ଚ ୨୫ ରୁ ୩ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ଏହି ସର୍ଭେକ୍ଷଣ କରାଯାଇଛୁ । ଏ ସମ୍ପର୍କରେ ସୂଚନା ଦେଇ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୯ ଓ ୨୪ ତାରିଖରେ ଦେଶବାସୀଙ୍କୁ ଦେଇଥିବା ଉଦ୍‌ବୋଧନ କାଳରେ ଯେକୌଣସି ମତେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱ ମହାମାରୀକୁ ରୋକିବା ଦିଗରେ ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ଥିବାବେଳେ ଲକ୍ଷ ଲକ୍ଷ ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏପର୍ଯ୍ୟନ୍ତ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, କୋଭିଡ-୧୯ ସମ୍ପର୍କିତ ଜାତୀୟ ସର୍ଭେ ଆହ୍ୱାନମୂଳକ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସମନ୍ୱୟର ସହିତ କାର୍ଯ୍ୟକାରୀ ହୋଇଛି । ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସମନ୍ୱୟ ଏହି ମହାମାରୀ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଅତ୍ୟାବଶ୍ୟକ ହୋଇଛି । ସରକାରଙ୍କ ଜନତା କର୍ଫ୍ୟୁ, ଜାତୀୟ ଲକଡାଉନ, ୧.୭ ବିଲିୟନ ଟଙ୍କାର ଆର୍ଥିକ ପ୍ୟାକେଜ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ଇତ୍ୟାଦି ଏହି ସର୍ଭେରେ ସ୍ଥାନିତ ହୋଇଛି ।

ଏହି ଅବସରରେ ଡଃ ସିଂ ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ, ପୁଲିସ ଅଧିକାରୀ ଇତ୍ୟାଦିଙ୍କ ଲକଡାଉନ କାଳରେ କରିଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି ।

ଭାରତୀୟ ନାଗରିକମାନେ କୋଭିଡ-୧୯ ପାଇଁ କରାଯାଇଥିବା ନିୟମାବଳୀକୁ ପଦ୍ଧତିଗତ ଭାବେ ପାଳନ କରିଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ, ଜାତୀୟ ଓ ରାଜ୍ୟ ସ୍ତରରେ ନୀତି ନିର୍ଣ୍ଣୟକାରୀମାନଙ୍କ ପାଇଁ ଏହି ସର୍ଭେ ଏକ ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରିବ ।

ଏଭଳି ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନେଇଥିବା ଦୃଢ଼ ପଦକ୍ଷେପ ପାଇଁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.