Latest Odisha News

୫ ଏପ୍ରିଲ ରାତି ୯ ଟାରେ ୯ ମିନିଟ ଯାଏଁ ଆଲୋକ ଜଳାଇବାକୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି।

ଆଜି ସକାଳ ୯ ଟାରେ ଦେଶବାସୀଙ୍କ ସହ ମୋଦୀ ସେୟାର କରିଥିବା ଏହି ଭିଡ଼ିଓ ବାର୍ତ୍ତାରେ ଆସନ୍ତା ୫ ତାରିଖ ଅର୍ଥାତ ରବିବାର ଦିନ ସମସ୍ତ ଦେଶବାସୀ ରାତି ୯ଟାରେ ୯ ମିନିଟ ପାଇଁ ଘରର ସବୁ ଆଲୋକକୁ ବନ୍ଦ କରିବେ। ଘର ଫାଟକ, ଝରକା ପାଖରେ କିମ୍ବା ବାଲକୋନୀରେ ଛିଡ଼ା ହୋଇ ଦୀପ, ଟର୍ଚ୍ଚ, ମହମବଦୀ, ମୋବାଇଲ ଫ୍ଲାଶ୍‌ ଲାଇଟ ଲଗାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିନ୍ତି।

ପ୍ରଧାନମନ୍ତ୍ରୀ ଆଉ କ’ଣ କହିଲେ ଆସନ୍ତୁ ଜାଣିବା…

ଏହି ସମୟରେ ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବେ ବୋଲି ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

Comments are closed.