କଟକ : ବ୍ରହ୍ମପୁର ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ବିବାଦ ମାମଲା । ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଛି ।ସୁମିତ୍ ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ।ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି ତପସ୍ୱିନୀଙ୍କୁ ନେଇ ଘରେ ପଶିଥିଲେ ।
ଏନେଇ ବୈଦନାଥ ପୁର ଥାନାରେ ସୁମିତଙ୍କ ବାପା ଏଫଆଇଆର ଦାୟର କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ପୋଲିସର ନିଷ୍କ୍ରିୟତା ଏବଂ ପରିବାର ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତ ।
ଏନେଇ ସମୁତ ତାଙ୍କର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସମୟ ବଳବାନ ଆଗକୁ କଣ ହେବ କହି ହେବନି । ରିୟୁନିୟନ ବି ହୋଇପାରେ । ତା ମାନେ ନୁହଁ ଘର ଭିତର କଥା ଆଣି ଡ୍ରାମା ସୃଷ୍ଟି କରିବା । ଏ ସବୁ ଘଟଣା ମୋ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ସୁମିତ କହିଛନ୍ତି ।
ମୋ ମାନସିକ ସ୍ଥିତି ଠିକ୍ ନାହିଁ ମୁଁ ଛୁଟିରେ ଅଛି ବୋଲି ସୁମିତ କହିଛନ୍ତି ।ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ ହେବ ବୋଲି ଜଣାପଡିଛି ।
Comments are closed.