Latest Odisha News

BREAKING NEWS

ପରଲୋକରେ ଅଭିନେତା ମିହିର ଦାସ

ଭୁବନେଶ୍ୱର : ପରଲୋକରେ ଅଭିନେତା ମିହିରି ଦାସ । ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତାଙ୍କ ପରଲୋକ ହୋଇଛି । ମିହିରି ଦାସ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡିସେମ୍ବର ୭ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ତାଙ୍କର ଡାଏଲିସିସ୍ ଚାଲିଥିଲା । ସେ ଭେଣ୍ଟିଲେଟରରେ ଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ବେଳକୁ ପୁଅ ଅମ୍ଲାନଙ୍କ ସମେତ ଚଳଚିତ୍ର ଜଗତର କିଛି ସଦସ୍ୟ ହସ୍ପିଟାଲରେ ଉପସ୍ଥିତ ଥିଲେ ।

ବରିଷ୍ଠ ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟ ଥିଲେ । ମିହିର ଦାସଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମିହର ଦାସଙ୍କ ବିୟୋଗରେ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ମିହିର ଦାସଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୟୂରଭଞ୍ଜରେ ଜନ୍ମ ଗ୍ରହଣ କରିଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ନିଶା ଥିଲା । ତାଙ୍କ ବିୟୋଗରେ ଓଡିଆ ସିନେ ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି । ୧୯୯୮ ମସିହାରେ ‘ଲକ୍ଷ୍ମୀ  ପ୍ରତିମା’ ଏବଂ ୨୦୦୫ ମସିହାରେ ‘ଫେରିଆ ମୋ ସୂନା ଭଉଣୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମିହିର ଦାସ । ଏହି ଫିଲ୍ମ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ଅଭିନେତା ପୁରଷ୍କାର ପାଇଥିଲେ ମିହିର ଦାସ ।

୨୦୦୭ ମସିହାରେ ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରଷ୍କାର ପାଇଥିଲେ ମିହିର ଦାସ ।୨୦୧୦ ମସିହାରେ ‘ପ୍ରେମ ଅଢେଇ ଅକ୍ଷର’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରଷ୍କାର ପାଇଥିଲେ । ଭେଟେରାନ ଅଭିନେତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.