Latest Odisha News

ଡ୍ରେନ୍‌ ଯନ୍ତ୍ରଣା; ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ବର: ଡ୍ରେନ୍ ଟ୍ରାଜେଡିରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଏବେ ପୂରା ଆକ୍ଟିଭ୍ ବିଭାଗୀୟ ମନ୍ତ୍ରୀ । ଜୋରଦାର ଚଲାଇଛନ୍ତି ତନାଘନା । ସହରରେ କେତେ ମୁକୁଳା ଡ୍ରେନ ଅଛି, ଡ୍ରେନଗୁଡିକର ଅବସ୍ଥା କ’ଣ ଓ କେତେ କାମ ବାକି ଅଛି, ଏନେଇ ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ବୁଧବାର ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏନେଇ ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପରୁ ଚାପ ପଡିବା ପରେ ଆଜି ଆକ୍ସନ ଆରମ୍ଭ କରିଛି ବିଏମସି । ଭୁବନେଶ୍ବରରେ ମୁକୁଳା ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣାକୁ ନେଇ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମ୍‌ସି । ଏହା ସହିତ ମୃତ୍ୟୁ ଘଟଣାକୁ ନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମ୍‌ସି ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ରାଜଧାନୀରେ ଅତି ପ୍ରବଳ ବର୍ଷା କାରଣରୁ ଡ୍ରେନଗୁଡିକ ଭରିଯାଇଥିଲା ।  ଉକ୍ତ ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ୍କେ ରାଜେଶ ଓ ତାଙ୍କ ସାଙ୍ଗମାନେ  ଡ୍ରେନ୍‌ ପାଖରେ ଖେଳୁଥିବା ବେଳେ ବେଲୁନଟି ଡ୍ରେନରେ ପଡିଯାଇଥିଲା । ଯାହାକୁ ଆଣିବାକୁ ଯାଇ ଭାସି ଯାଇଥିଲେ ରାଜେଶ। ଯାହା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହିତ ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସହ ୩ ଦିନ ଭିତରେ ମୁକୁଳା ଥିବା ସବୁ ଡ୍ରେନକୁ କଭର୍‌ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.