Latest Odisha News

ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା , ବଢୁଛି ଅସନ୍ତୋଷ

ଯାଜପୁର: ବିପର୍ଯ୍ୟସ୍ତ ହୋଇପଡ଼ିଛି ଡ୍ରେନେଜ୍ ବ୍ୟବସ୍ଥା । ଅଧିକାଂଶ ଡ୍ରେନ ଖୋଲା ମେଲାରେ ପଡି ରହିଛି । କେଉଁଠି ପାଇପରୁ ପାଣି ଲିକ ହୋଇ ରାସ୍ତାରେ ଜମୁଛି ତ ଆଉ କେଉଁଠି ସାମାନ୍ୟ ବର୍ଷାରେ ସୃଷ୍ଟି ହୁଏ ବନ୍ୟା ପରିସ୍ଥିତି । ଖୋଲା ଡ୍ରେନରେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ବି ପୌର କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘା ନାହିଁ । ଏ ହେଉଛି ଯାଜପୁର ପୌରପାଳିକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଡ୍ରେନ୍ ଗୁଡିକର ଚିତ୍ର । ପୌରପାଳିକାକୁ ୧୫୦ ବର୍ଷ ବିତିଯାଇଛି ହେଲେ ଆଜି ପର‌୍ୟ୍ୟନ୍ତ ସୁଧୁରୀ ପାରି ନାହିଁ ବ୍ୟବସ୍ଥା । ସାମାନ୍ୟ ବର୍ଷାରେ ଖୋଦ ଜିଲାପାଳ ଓ ପୌରପାଳିକା ଅଫିସ ସମ୍ମୁଖରେ ଲହଡି ଭାଙ୍ଗୁଛି ପାଣି । ପୌରପ୍ରଶାସନର ଖାମଖିଆଲି ମନୋଭାବ ନେଇ ଧୀରେ ଧୀରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ପୌରାଞ୍ଚଳରେ ସଫେଇ ଓ ସ୍ଵଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଏପରିକି ଲୋକଙ୍କୁ ସଚେତନ କରିବା ପାଇଁ ସ୍ଵଛ ସାଥି ମଧ୍ୟ ନିୟୋଜିତ କରିଛି ପୌର ପ୍ରଶାସନ । ତଥାପି ଏହାର କୌଣସି ସୁଫଳ ଯାଜପୁର ପୌରାଞ୍ଚଳରେ ଦେଖିବାକୁ ମିଳୁନାହିଁ । ଅନ୍ୟପଟେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ର ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲାପାଳ କହିଛନ୍ତି ।

ପୌରପାଳିକାରେ ରହିଛି ପୁରୁଣା ସମସ୍ୟା। କେବେ ଏହି ସମସ୍ୟା ଦୂର ହେବ ଓ ସହରବାସୀ ଏହାର ସୁଫଳ ପାଇବେ ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.