ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ । ଅଭିଯୁକ୍ତ ଯୁବକ ଗିରଫ । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ କରିଥିଲେ । ସେହି ଟଙ୍କାକୁ ବ୍ୟାଙ୍କରେ ଜମା ନ କରି ଅନଲାଇନ୍ ଗେମରେ ଉଡାଇ ଦେଇଥିଲେ ।
ଆଦାୟ କରିଥିବା ଟଙ୍କା ଖର୍ଚ୍ଚ ହୋଇଯିବାରୁ ଅଭିଯୁକ୍ତ ଯୁବକ ଏବଂ ତାଙ୍କର ୩ ଜଣ ସାଙ୍ଗ ମିଶି ଲୁଟର ଯୋଜନା କରିଥିଲେ । ଟଙ୍କା ଲୁଟ ହୋଇଯିବା ନେଇ ଥାନାରେ ମଧ୍ୟ ଏତଲା ଦେଇଥିଲେ । କିନ୍ତୁ ତଦନ୍ତବେଳେ ଘଟଣାର ମୋଡ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ଯୁବକ ଜଣକ ଜୟନ୍ତ ବୋଲି ଜଣାପଡିଛି । ସାଙ୍ଗ ମାନଙ୍କ ସହ ମିଶି ଅନଲାଇନରେ ଜୁଆ ଖେଳି ଟଙ୍କା ଖର୍ଚ୍ଚ କରିଦେଇଥିବା କଥା ପୋଲିସ ଆଗରେ ମାନିଛି ଜୟନ୍ତ । ଘଟଣାରେ ପୋଲିସ ଜୟନ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ।
Comments are closed.