Latest Odisha News

BREAKING NEWS

ବରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ବରଗଡ: ଆଜି ବରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଛି । ଶହ ଶହ ମିଶନ ଶକ୍ତି ମହିଳା, ଅଙ୍ଗନବାଡି କର୍ମୀ, ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ ଓ ପ୍ରଶଂସା କରାଯାଇଛି ।

ଦୁର୍ନୀତିକୁ ରୋକିବା ଦିଗରେ ରାଜ୍ୟ ସରକାର ସଠିକ ଉଦ୍ୟମ କରୁଥିବା ବେଳେ ଏହା ବର୍ତ୍ତମାନର ଯୁବକ ଓ ଛାତ୍ରଛାତ୍ରୀଙ୍କୁ ବେଶ ଅନୁପ୍ରାଣିତ କରୁଥିବା କଲେଜ ଛାତ୍ରଛାତ୍ରୀ ନିଜର ମତାମତ ଦେଇଛନ୍ତି ।

ତେବେ ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ବରଗଡର ସଂସ୍କାର ଇଣ୍ଟରନ୍ୟାସନାଲ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦୁର୍ନୀତି ବିରୁଦ୍ଧରେ ସଚେତନତା ପାଇଁ ପଥ ପ୍ରାନ୍ତର ନାଟକ କରାଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ଭିଜିଲାନ୍ସ ଅତିରିକ୍ତ ଏସପି ସତ୍ୟବାନ ମହାନ୍ଦନ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.