Latest Odisha News

BREAKING NEWS

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

‘ଅଗ୍ନିସ୍ନାନ’, ‘କେଉଁ ନଦୀ ମୁହାଣରେ’, ‘କାଳାନ୍ତର’, ‘ବିଦାୟ ବଜ୍ରାଦିତ୍ୟ’, ‘ଅପ୍ରତିହତ ଖାରବେଳ’, ‘କର୍ମଯୋଗୀ ଚନ୍ଦ୍ରଶେଣ’ ପରି ଅନେଜ କାଳଜୟୀ ନାଟକ ସେ ରଚନା କରିଥିଲେ।

ତାଙ୍କ ଲେଖା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ସାହିତ୍ୟ ଏକାଡେମୀ , ହରିହର ମହାପାତ୍ର ସମ୍ମାନ , ନାଟ୍ୟକାର ରାମଚନ୍ଦ୍ର ସମ୍ମାନ , ଉତ୍କଳ ସାହିତ୍ୟ ସମ୍ମାନ ଇତ୍ୟାଦି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।

ତାଙ୍କର ବିୟୋଗରେ ଓଡ଼ିଶା ନାଟ୍ୟସଙ୍ଘ ସମେତ ନାଟ୍ୟପ୍ରେମୀ , ପାଠକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।

Leave A Reply

Your email address will not be published.