Latest Odisha News

BREAKING NEWS

ମମିତା ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣା । ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି ପୋଲିସ । ସମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଏପରିକି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ବିବାଦରେ ଥିବା ଅନ୍ୟ ତଦନ୍ତକୁ ବାଟ ବଣା କରିବା ପାଇଁ ପୋଲିସ ବିଭାଗର ନିଜର ନିର୍ଦ୍ଦେଶନାମାକୁ ଏଡାଇ ଦିଆଯାଇଛି ।

ଏସପି, ଡିଜି ଓ ଗୃହରାଷ୍ଟ୍ର ମନ୍ତ୍ରୀ ମିଶି ଅଭିଯୁକ୍ତକୁ ଖସାଇବା ଷଡଯନ୍ତ୍ର କରିଛନ୍ତି ।  ନିଖୋଜ ହେଲା ପରେ ନିଖୋଜ ବ୍ୟକ୍ତି କିମ୍ବା ମହିଳାଙ୍କ ଫଟୋକୁ ପୋଷ୍ଟର ଆକାରରେ ଲଗାଇବା ସହ ନିକଟସ୍ଥ ଥାନାକୁ ସର୍କୁଲେଟ୍ କରାଯିବା କଥା ।  କିନ୍ତୁ ଏହି ମାମଲାରେ ପୋଲିସ ଏଭଳି କରିନାହିଁ । ୨୦୧୩ରେ ପୋଲିସର ଗାଇଡ଼ ଲାଇନ ରହିଛି ଯେ, ମହିଳା ବିରୋଧରେ ଯେକୌଣସି ଅପରାଧକୁ ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ କେସ ଦିଆଯିବ । କିନ୍ତୁ ଏହି ଘଟଣାରେ ସେଭଳି ହୋଇନାହିଁ ।

୧୭ରେ ଚର୍ଚ୍ଚା ହେଲା ସେ ଖସି ଗଲେ । ୧୯ରେ ମୃତଦେହ ଉଦ୍ଧାର ହେଲା । ପରେ ଅଭିଯୁକ୍ତକୁ ଗିରଫ କରାଗଲା । ଅଭିଯୁକ୍ତ ଗିରଫ ହେଲା ପରେ ଦୋଷ ମାନି ସମ୍ପୃକ୍ତ ସ୍ଥାନକୁ ଯାଇ ମୃତଦେହ ଚିହ୍ନଟ କରିଥାନ୍ତା ଯଦି ଦଣ୍ଡ ବିଧାନରୁ ଖସି ପାରି ନଥାନ୍ତା ଅଭିଯୁକ୍ତ । ହେଲେ ଲିଡିଂକୁ ଡିସକଭରିକୁ ଏଡାଇବା ପାଇଁ ଏଠି ସବୁ ପ୍ରକାର ଚକ୍ରାନ୍ତ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ୧୪ଘଣ୍ଟା ଭିତରେ ଏସପି କଣ୍ଟ୍ରୋଲ ରୁମ ଓ ଡିଜି କଣ୍ଟ୍ରୋଲ ରୁମକୁ ଖବର ଦିଆଯିବା କଥା । ହେଲେ ଏ କ୍ଷେତ୍ରରେ ଜିଲ୍ଲା ଏସପି ଓ ଡିଜି ମଧ୍ୟ ଘଟଣା ବିଷୟରେ ଅବଗତ ନ ଥିଲା ଭଳି ମନେ ହେଉଛି ।  କଂଗ୍ରେସର ଦାବି ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ।

Leave A Reply

Your email address will not be published.