ବାଲେଶ୍ବର : ସ୍ବଦେଶୀ ଦୂରଗାମୀ ପିନାକର ସଫଳ ପରୀକ୍ଷଣ । ଚାନ୍ଦିପୁର ଠାରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରରୁ ପିନାକର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି ।
ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଥିଲା । ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳରେ ନିଜର ଟାର୍ଗେଟକୁ ସଫଳତାର ସହ ଏହା ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଛି । ୪୫ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି କ୍ଷେପଣାସ୍ତ୍ର ପିନାକ ।
ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ (ଏଆରଡିଇ) ଓ ହାଇ ଏନର୍ଜି ମ୍ୟାଟେରିଆଲ ରିସର୍ଚ୍ଚ ଲାବୋରେଟୋରି (ଏଚଇଏମଆରଏଲ) ଦ୍ବାରା ପିନାକ ରକେଟକୁ ବିକଶିତ କରାଯାଇଛି । ଡିଆରଡିଓର ଏହି ସଫଳତା ପରେ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
Comments are closed.