Latest Odisha News

କୋରାପୁଟରେ ପୋଲିସ ସହ ଗୁଳି ବିନିମୟ, କୁଖ୍ୟାତ ଅପରାଧି ଗିରଫ

ଜୟପୁର : କୋରାପୁଟ ଜିଲ୍ଲାର ଜୟପୁର ଅନ୍ତର୍ଗତ ପୁରୁଣାଗଡ ବାଇପାସ ନିକଟରେ ଆଜି ଏକ କୁଖ୍ୟତ ଅପରାଧିକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ ଗିରଫ ଅପରାଧି ନାମ ହେଉଛି ଶିବ ଶଙ୍କର ପାଣିଗ୍ରାହୀ ଓରଫ ଜିତୁ ।

ଅନ୍ୟପକ୍ଷରେ ପୁରୁଣାଗଡ ବାଇପାସ ନିକଟରେ ଜିତୁ ଓ ତାର ସହଯୋଗୀମାନେ ବଡଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିôବାବେଳେ ପୋଲିସ ଏନେଇ ସୂଚନା ପାଇଥିଲା । ଏଥିସହିତ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ ପୋଲିସ ଓ ଅପରାଧିମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ପୋଲିସ ଜିତୁକୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିଲେ ।

ତେବେ ସେମାନଙ୍କ ପାଖରୁ ଦେଶୀ ବନ୍ଧୁକ ସମେତ ଦୁଇ କାଟ୍ରିଜ ଓ ମାରଣାସ୍ତ୍ରକୁ ଜବତ କରିଛି ପୋଲିସ । ଅନ୍ୟପକ୍ଷରେ ଜିତୁ ନାମରେ ଏକାଧିକ ଅପରାଧ ମାମଲା ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.