Latest Odisha News

BREAKING NEWS

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

କଟକ: ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର । କଟକ ସଦର ଥାନା ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିଛି । ଫେରାର ଅଭିଯୁକ୍ତ ଜଣକ ହେଲେ ଯୁଗା ଖାଁ ।

ପେଷାଦାର ଅପରାଧୀ ଭାବେ ବୁଧବାର ଯୁଗା ଖାଁକୁ ପୋଲିସ ଉଠାଇ ଆଣିଥିଲା । ବିଳମ୍ବିତ ରାତିରେ ଡ୍ୟୁଟି କରୁଥିବା କନେଷ୍ଟବଳଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି ଯୁଗା ଖାଁ । ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.