Latest Odisha News

ଆସନ୍ତା ୧୬ ତାରିଖରେ ଶପଥ ନେବେ ନୀତିଶ କୁମାର !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ପୁଣି ଥରେ ବିହାର କମାଣ ଧରିବେ ନୀତିଶ କୁମାର । ସେ ମୁଖ୍ୟମନ୍ତ୍ରୀ ହେବା ବିଜେପି ସ୍ପଷ୍ଚ କରିବା ପରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ । ଆସନ୍ତା ୧୬ ତାରିଖରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି ।

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ୨୦୦୦ ମସିହାରୁ ବିଭିନ୍ନ ସମୟରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଥରକୁ ମିଶାଇଲେ କ୍ରମାଗତ ଚତୁର୍ଥ ଥର ସମ୍ଭାଳିବେ ବିହାର ଦାୟିତ୍ୱ । ସରକାର ଗଠନର ରୂପରେଖ ନେଇ ଖୁବଶୀଘ୍ର ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାପରେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଦିଆୟିବ ପ୍ରସ୍ତାବ ।

ନୀତିଶ ସରକାରରେ ଅଂଶୀଦାର ବିଜେପି, ଜେଡିୟୁ ସମେତ ହାମ୍ ଓ ଭିଆଇପିରୁ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୧୨୫ ଆସନ ସହ ବହୁମତ ହାସଲ କରିଛି । ବିଜେପି ୭୪, ଜେଡିୟୁ ୪୩ ଏବଂ ହାମ୍ ଓ ଭିଆଇପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.