Latest Odisha News

BREAKING NEWS

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କଟକ ଏସସିବିକୁ ସ୍ଥାନାନ୍ତର

ଭୁବନେଶ୍ୱର : ପୁଣି ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଗତ କାଲି ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌  । ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ମୁତାବକ, କୁଖ୍ୟାତ ଅପରାଧି ଜିତେନ୍ଦ୍ର ପଲେଇ ବାଙ୍କୁଆଳ ଅଞ୍ଚଳରେ ଥିବା ନେଇ ପୋଲିସକୁ ସୁରାକ ମିଳିଥିଲା । ପରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍‌ ପକ୍ଷରୁ ସେହି ସ୍ଥାନରେ ଚଢ଼ାଉ ହୋଇଥିଲା । ପୋଲିସକୁ ଗୁଳିଚାଳନା କରି ଚକ୍‌ମା ଦେଇ ଫେରାର ହେଉଥିବା ବେଳେ ପ୍ରତିଆକ୍ରମଣରେ କମିଶନରେଟ ପୋଲିସ ଗୁଳି ଚାଳନା କରିଥିଲେ । କମିଶନରେଟ ପୋଲିସଙ୍କ ଗୁଳି ଜିତେନ୍ଦ୍ରଙ୍କ ବାମ ଗୋଡ଼ରେ ବାଜିଥିଲା।

ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି । ଗତ ୧୭ ତାରିଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। ସୁପାରୀ କିଲିଂ ପାଇଁ ଏହି ସୁନା ଦୋକାନରେ କରିଥିଲା ଆକ୍ରମଣ  । କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ ।

ଏନେଇ ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି  । ଗତ୧୭ ତାରିଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତୁ ଏହି ଘଟଣାକୁ କେନ୍ଦ୍ରକରି ଜିତୁଙ୍କୁ ଏନକାଉଣ୍ଟର କରିଛନ୍ତି କମିଶନରେଟ ପୋଲିସର ସ୍ପେଶାଲ ଟିମ୍‌  । ପୂର୍ବରୁ ଜିତୁଙ୍କ ନାଁରେ ୩୦ ରୁ ଉର୍ଦ୍ଧ୍ୱ ମାମଲା ରହିଥିଲା । ଅନୁଗୁଳ, କଟକ,ଖୋର୍ଦ୍ଧା,ପୁରୀ, ଜଗତସିଂହପୁର, ଭୁବନେଶ୍ୱରରେ ଅପରାଧ ଘଟାଇଛି । ଏଥିସହ ସେ ପୋଲିସର ଜଣେ କର୍ମଚାରୀଙ୍କୁ ଫାୟାରିଂ କରି ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.