Latest Odisha News

BREAKING NEWS

ଭୁବନେଶ୍ବରରେ ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମାମାଳିନୀ

ଭୁବନେଶ୍ଵର: ଭୁବନେଶ୍ବରରେ ଡ୍ରିମ୍‌ ଗର୍ଲ ହେମାମାଳିନୀ । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବୃନ୍ଦାବନ ମହୋତ୍ସବରେ ଯୋଗଦେବେ ଡ୍ରିମ୍ ଗର୍ଲ । ଏହାପୂର୍ବରୁ ପଦ୍ମଭୂଷଣ, ପଦ୍ମ ବିଭୂଷଣ ହରିପ୍ରସାଦ ଚୌରାଶିଆଙ୍କୁ ଭେଟିଛନ୍ତି ହେମା । ଏହାପରେ ସେଠାରେ ବୃକ୍ଷରୋପଣ କରିଛନ୍ତି ହେମାମାଳିନୀ ।

ଗୁରୁକୂଳ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆସନ୍ତାକାଲି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ବୃନ୍ଦାବନ ମହୋତ୍ସବ । ଏହି ଉତ୍ସବରେ ସାମିଲ ହେବେ ଡ୍ରିମ୍‌ ଗର୍ଲ ହେମାମାଳିନୀ । ଏହାସହ ହୋଲି ରଙ୍ଗ ଉତ୍ସବରେ ମଧ୍ୟ ହେମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

Comments are closed.