Latest Odisha News

BREAKING NEWS

ଏଣିକି ଯୁକ୍ତ୨ ପରେ ବିଏଡ୍‌ କରି ପାରିବେ ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଯୁକ୍ତ ୨ ପରେ ବିଏଡ କରି ପାରିବେ ଛାତ୍ରଛାତ୍ରୀ । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ ଏଣିକି ଯୁକ୍ତ ୨ ପରେ ହେବ ବିଇଡି ପାଠ ପଢ଼ା । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ITEP (Intigreted teacher education programme) ନାଁରେ ନୂଆ କୋର୍ସ ରହିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ହିଁ ବିଏଡ୍ ପଢ଼ା ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଖୁବ ଶୀଘ୍ର ଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

Comments are closed.